‘ଜବ୍‌ ଉଇ ମେଟ୍‌’ର ସୁଟିଂ ଶେଷ ହେବା ବେଳକୁ ଶାହିଦ୍‌ ଓ କରୀନାଙ୍କ ଭିତରେ ଥିଲା ଏଭଳି ସଂପର୍କ

ମୁମ୍ବାଇ: ଆଜି ହେଉଛି ବଲିଉଡର ହାର୍ଟଥ୍ରୋବ୍‌ ଶାହିଦ କପୁରଙ୍କ ଜନ୍ମଦିନ।ତାଙ୍କର ଏକ ଚର୍ଚ୍ଚିତ ଆଫେଆର୍‌ ବିଷୟରେ ଆସନ୍ତୁ ଜାଣିବା। ଶାହିଦ କପୁର ଓ କରୀନା କପୁରଙ୍କ ଆଫେଆରକୁ ନେଇ ଏକ ସମୟରେ ଖୁବ୍‌ ଚର୍ଚ୍ଚା ହୋଇଥିଲା । ସମସ୍ତେ ଭାବୁଥିଲେ ଯେ ବୋଧହୁଏ ଏ ଦୁହେଁ ପତି-ପତ୍ନୀ ବନିବେ । ହେଲେ ସେମିତି କିଛି କଥା ଘଟି ନଥିଲା ।

କରୀନା ଓ ଶାହିଦ୍‌ଙ୍କର ପ୍ରଥମ ଭେଟ ୨୦୦୪ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ ଫିଦା’ର ସେଟ୍‌ ରେ ହୋଇଥିଲା । ଶାହିଦ୍‌ଙ୍କୁ ଦେଖି କରୀନା ଏତେ ପ୍ରଭାବିତ ହେଲେ ଯେ ସେ ପ୍ରଥମ ଦେଖାରେ ହିଁ ତାଙ୍କୁ ପ୍ରପୋଜ୍‌ କରିଥିଲେ । ଏକଥା ନିଜେ କରୀନା କପୁର ଖାନ୍‌ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ବହୁଥର ଫୋନ୍‌ କଲ୍‌ ଓ ମେସେଜ୍‌ କରିବା ପରେ ଯାଇ ଶାହିଦ୍‌ କପୁର ତାଙ୍କର ପ୍ରପୋଜାଲ୍‌କୁ ସ୍ୱୀକାର କରିଥିଲେ ।

‘ ଫିଦା’ ର ସେଟ୍‌ରେ ହିଁ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ର ସୁରୁଆତ୍‌ ହୋଇଥିିଲା , କିନ୍ତୁ ସେହି ସିନେମା ବକ୍ସ ଅଫିସରେ ଖାସ୍‌ କମାଲ୍‌ କରିପାରିନଥିଲା । ସେତେବେଳେକୁ ଶାହିଦ୍‌ ଙ୍କର କେବଳ ଗୋଟିଏ ସିନେମା ‘ ଇଶ୍କ ବିଶ୍କ’ ରିଲିଜ୍‌ ହୋଇଥିଲା, କିନ୍ତୁ କରୀନାଙ୍କର ରିଫ୍ୟୁଜି, ଅଜନନୀ, ମେଁ ପ୍ରେମ କୀ ଦିଓ୍ଵାନି ହୁଁ, ୟାଦେଁ, କଭି ଖୁସି କଭି ଗମ୍‌ ଆଦି ସୁପରହିଟ୍‌ ଫିଲ୍ମ ରିଲିଜ୍‌ ହୋଇସାରିଥାଏ । ଏ ଦୃଷ୍ଟିରୁ ଶାହିଦ୍‌ଙ୍କ ତୁଳନାରେ କରୀନା ଥିଲେ ବଡ ଷ୍ଟାର୍‌ ।

୨୦୦୪ରେ ଏ ଦୁହିଁଙ୍କୁ ବିଭିନ୍ନ ପାର୍ଟି ଫଙ୍କସନ୍‌ରେ ଏକାଠି ଦେଖିବାକୁ ମିଳିଥିଲା । ମିଡିଆରେ ଏ ସଂପର୍କରେ ଚର୍ଚ୍ଚା ହେବା ପରେ ଉଭୟ ଶାହିଦ୍‌ ଓ କରୀନା ପ୍ରେମ ସଂପର୍କକୁ ସ୍ୱୀକାର ବି କରିଥିଲେ । ୨୦୦୬ରେ ‘ ଜବ୍‌ ଉଇ ମେଟ୍‌ ’ ର ସୁଟିଂ ଆରମ୍ଭ ହେଲା । ଇମତିଆଜ୍‌ ଅଲ୍ଲୀ ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୦୭ରେ ରିଲିଜ୍‌ ହୋଇଥିଲା ଓ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିିଲା । ତା’ ଭିତରେ ଶାହିଦ୍‌ କରୀନାଙ୍କ ଯୋଡ଼ି  ‘୩୬ ଚାଇନା ଟାଉନ’,  ଚୁପ୍‌ ଚୁପ୍‌କେ ରେ ମଧ୍ୟ ନଜର ଆସିଥିଲେ ।

‘ଜବ୍‌ ଉଇ ମେଟ୍‌’ର ସୁଟିଂ ଶେଷ ହେବା ବେଳକୁ ଶାହିଦ୍‌ ଓ କରୀନାଙ୍କ ଭିତରେ ରୋମାନ୍ସ ଦୁର୍ବଳ ହୋଇଯାଇଥିଲା । ଶେଷ ସୁଟ୍‌ ବେଳେ ଦୁହିଁଙ୍କୁ ଅଲଗା ଅଲଗା ଗାଡ଼ିରେ ସୁଟିଂ ସେଟ୍‌କୁ ଆସୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ସେଟ୍‌ରେ ରିହର୍ସାଲ ବ୍ୟତୀତ ଅନ୍ୟ ସମୟରେ ଦୁହେଁ କଥାବାର୍ତ୍ତା ମଧ୍ୟ କରୁ ନଥିଲେ ।

ସମ୍ବନ୍ଧିତ ଖବର