ଜାଣନ୍ତି କି ସଂଗ୍ରହାଳୟରେ ରହିଛି ଏସବୁ ଚାକିରି

ଦେଶର ସାଂସ୍କୃତିକ ଓ ଐତିହାସିକ ପୃଷ୍ଠଭୂମି ସଂପର୍କରେ ସଚେତନ କରାଇବା ସଂଗ୍ରହାଳୟ ମାନଙ୍କର ମୁଖ୍ୟ ଦାୟିତ୍ୱ।ଏବେ ସଂଗ୍ରହାଳୟଏବେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ନୂତନ ସଂଗ୍ରହାଳୟମାନ ଖୋଲାଯାଉଛି।ପଞ୍ଚାୟତ ମ୍ୟୁଜିଅମ୍‌,କମ୍ୟୁନିଟି ମ୍ୟୁଜିଅମ୍‌ ଓ ବେସରକାରୀ ମ୍ୟୁଜିଅମ୍‌ ସବୁଖୋଲା ଗଲାଣି।ଏହି ସଂଗ୍ରହାଳୟ ଗୁଡ଼ିକର ଦାୟିତ୍ୱ ନେବାପାଇଁ ପ୍ରଫେସ୍‌ନାଲ୍‌ ମାନଙ୍କର ଆବଶ୍ୟକତା ରହିଛି। ବିଗତ ଏକ ଦଶନ୍ଧି ମଧ୍ୟରେ ମ୍ୟୁଜିୟୋଲୋଜି ବିଶେଷଜ୍ଞମାନଙ୍କର ଚାହିଦା ଢ଼େର ବଢ଼ିଯାଇଛି।ଏବେ ଏଥିପାଇଁ ମ୍ୟୁଜିଅମ୍‌ ଷ୍ଟଡ଼ି ପାଠ୍ୟକ୍ରମ ଲାଗି ଜ୍ଞାନକୌଶଳ ଜରିଆରେ ମ୍ୟୁଜିଅମ୍‌ ଷ୍ଟଡ଼ି ମଧ୍ୟ କରାଯାଉଛି।ଏହି ମ୍ୟୁଜିଓଲୋଜିର ଅଧ୍ୟୟନ ସର୍ବପ୍ରଥମେ ମହାରାଜା ସାୟାଜୀ ରାଓ ୟୁନିଭର୍ସସିଟି ବଡ଼ୋଦରାରେ ୧୯୫୨ ମସିହାରେ ଆରମ୍ଭ ହୋଇଥିଲା।ଏବେ ମ୍ୟୁଜିଓଲୋଜି ଏକ ମହତ୍ୱପୂର୍ଣ୍ଣ ପାଠ୍ୟକ୍ରମର ସ୍ଥାନ ପାଇଛି।ଏଥି ପ୍ରତି ସ୍କୁଲ୍‌ ଓ କଲେଜ୍‌ ଛାତ୍ରଛାତ୍ରୀ ମାନଙ୍କର ଯଥେଷ୍ଟ ଆଗ୍ରହ ବଢ଼ିଛି।

photo-media.timeout.com

ଯେଉଁମାନେ ମ୍ୟୁଜିଅମ୍‌ ଷ୍ଟଡ଼ିଜ୍‌ରେ ଡ଼ିଗ୍ରୀ ହାସଲ କରିଥିବେ,ସେମାନଙ୍କୁ ଏଥିରେ ନିଯୁକ୍ତି ମିଳିଥାଏ।ଯେଉଁମାନେ ଏହି ପାଠ୍ୟକ୍ରମରେ ଡ଼ିଗ୍ରୀ ହାସଲ କରିଥିବେ,ସେମାନେ କ୍ୟୁରେଟ୍‌ର ,ଏଜୁକେଟର୍‌,ଡ଼ିଜାଇନ୍‌,ଏକ୍ଟିଭିଷ୍ଟ୍‍,ତଥା ଆର୍ଟ ହିଷ୍ଟ୍ରି ଏକ୍ସପର୍ଟ ଭାବେ ନିଯୁକ୍ତ ହୋଇପାରିବେ।
କେଉଁଠି ପଢ଼ିବେ:-ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡ଼ିକ ହେଲା-ନେସ୍‌ନାଲ୍‌ ମ୍ୟୁଜିଅମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ଏମ୍‌ ଏ ହିଷ୍ଟ୍ରି ଅଫ୍‌ ଆର୍ଟସ,ଏମ୍‌.ଏ .କନ୍‌ଜର୍ଭେସନ୍‌,ଏମ୍‌ .ଏ ମ୍ୟୁଜିଓଲୋଜି),ମହାରାଜା ସୟାଜୀ ରାଓ ୟୁନିଭର୍ସିଟି ବଡ଼ୋଦରା (ପି.ଜି ଡ଼ିପ୍ଲୋମା ଇନ୍‌ ପେଣ୍ଟିଂ,ସ୍କଲ୍‌ପଚର,ଆପ୍ଲାଇଡ଼୍‍ ଆର୍ଟସ)।

କେଉଁଠି ପାଇବେ ନିଯୁକ୍ତି: ରାଷ୍ଟ୍ରୀୟ ସଂଗ୍ରହାଳୟ,ଦିଲ୍ଲୀ,ଇଣ୍ଡିଆନ୍‌ ମ୍ୟୁଜିଅମ୍‌,କୋଲକାତା,ସଫରଦରଜଙ୍ଗ୍‌ ମ୍ୟୁଜିଅମ୍‌ ହାଇଦ୍ରାବାଦ୍‌,ବିଭିନ୍ନ ରାଜ୍ୟର ସଂଗ୍ରହାଳୟ ତଥା ନ୍ୟୁମିସମୋଟିକ୍‌ ସୋସାଇଟିଜ୍‌।

 

ସମ୍ବନ୍ଧିତ ଖବର