ମଧ୍ୟପ୍ରଦେଶ: ଯୁବକଙ୍କ ପେଟରୁ ବାହାରିଲା ୭୯୦ ଟଙ୍କା

ଭୋପାଳ: ମଧ୍ୟପ୍ରଦେଶ ଅନ୍ତର୍ଗତ ଶୋହାବଲ ଗ୍ରାମର ଜଣେ ଯୁବକଙ୍କ ପେଟରୁ ବାହାରିଛି କଣ୍ଟା, ଛୁଞ୍ଚି, ଛିଡ଼ା ଲୁହା ଚେନ୍‌ ଏବଂ ଟଙ୍କା।
ଶନିବାର ଦିନ ଜିଲ୍ଲା ମୁଖ୍ୟାଳୟ ରେଓ୍ଵା ସହରରେ ଥିବା ସରକାରୀ ମେଡିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ର ଡାକ୍ତରମାନେ ସେ ଯୁବକଙ୍କ ପେଟରୁ କେଜିଏ ଓଜନର ଏ ଭଳି ଜିନିଷ ବାହାର କରିଛନ୍ତି। ଏଥି ପାଇଁ ସେମାନେ ଦୀର୍ଘ ତିନି ଘଣ୍ଟା କାଳ ଅସ୍ତ୍ରୋପଚାର କରିଥିଲେ।

ତାଙ୍କ ପେଟରୁ ୨୬୩ଟି ୨ ଟଙ୍କିଆ, ୫ ଟଙ୍କିଅ ଏବଂ ୧୦ ଟଙ୍କିଆ ମୁଦ୍ରା ବାହାରିଛି। ସବୁକୁ ମିଶାଇ ୭୯୦ ଟଙ୍କା ହୋଇଥିବା ଜଣା ପଡ଼ିଛି। ଏହା ସହ କିଛି କଣ୍ଟା ଏବଂ ଛିଡ଼ା ଚେନ୍‌ ବାହାର କରାଯାଇଛି ବୋଲି ଜଣେ ଡାକ୍ତର କହିଛନ୍ତି।

ତା’ର ମୁଣ୍ଡଦୋଷ ଥିବା ପରି ଜଣା ଯାଉଛି। ଡାକ୍ତରଖାନାରେ ଭର୍ତ୍ତି ହେବାବେଳେ ତା’ର ଅବସ୍ଥା ଅତି ଶୋଚନୀୟ ଥିଲା। ଏବେ ତା’ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି।

ଏ ସବୁ ଜିନିଷ ତା’ ପେଟରେ ଗତ ୬ ମାସ ହେବ ପଶି ରହିଥିବା କଥା ଡାକ୍ତରମାନେ କହୁଛନ୍ତି।

ସମ୍ବନ୍ଧିତ ଖବର