କେଜରିଓ୍ୱାଲ୍‌ଙ୍କୁ ପୁଣି ଟାର୍ଗେଟ କଲେ କଙ୍ଗନା

ଗତ କିଛି ଦିନ ତଳେ ଦିଲ୍ଲୀରେ ହତ୍ୟାର ଶିକାର ହୋଇଥିବା ବିଜେପି ସମର୍ଥକ ରିଙ୍କୁ ଶର୍ମାଙ୍କୁ ନେଇ ବିବାଦୀୟ ନାୟିକା କଙ୍ଗନା ରଣାଵତ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଵାଲ୍‌ଙ୍କୁ ସାମାଜିକ ଗଣମାଧ୍ୟମରେ ଟାର୍ଗେଟ୍ କରିଛନ୍ତି। ଦିଲ୍ଲୀରେ ରାମ ନାମ ଧରିଲେ ଲୋକଙ୍କୁ ହତ୍ୟା କରାଯାଉଥିବା କହି ସେ କେଜରିଵାଲ୍‌ଙ୍କ ଉପରେ ଆରୋପ ଲଗାଇଛନ୍ତି। ଏହା ସହିତ ରିଙ୍କୁଙ୍କ ମା’ଙ୍କ ଏକ ଭିଡିଓ ସେୟାର୍ କରି କହିଛନ୍ତି, ଆଜି ଦିଲ୍ଲୀରେ ଯାହା ବି ଘଟୁଛି ସେଥିପାଇଁ ଆପଣଙ୍କ ସଂଖ୍ୟାଲଘୁ ରାଜନୀତି ହିଁ ଦାୟୀ। ଅପରପକ୍ଷରେ ଦିଲ୍ଲୀ ପୁଲିସ୍ ଘଟଣାର ତଦନ୍ତ କରି ରିଙ୍କୁଙ୍କ ହତ୍ୟା ଧର୍ମ ଆଧାରରେ ହୋଇନଥିବା ସ୍ପଷ୍ଟ କରିଛି। ରିଙ୍କୁ ନିଜ ଜନ୍ମଦିନ ଉତ୍ସବ ପା​ଳୁଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଛୁରା ମାଡ଼ କରି ହତ୍ୟା କରିଥିଲେ। ଛୁରା ମାଡ଼ କରିଥିବା ଅଭିଯୁକ୍ତଙ୍କ ସହିତ ରିଙ୍କୁଙ୍କର ପୂର୍ବ ଶତ୍ରୁତା ଥିଲା। ଦିଲ୍ଲୀରେ ଆପ୍‌ ସରକାର ଥିବାରୁ ବିଜେପି ଓ ଏହାର ସମର୍ଥକମାନେ ରାଜନୈତିକ ରଙ୍ଗ ଦେଉଥିବା ଆପ୍ ସମର୍ଥକମାନେ କହିଛନ୍ତି।

ସମ୍ବନ୍ଧିତ ଖବର