ସନ୍ନିଙ୍କ ପୁଅ କରଣଙ୍କୁ କେବେ ସଫଳ ହୋଇ ପାରିବ ନାହିଁ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ : କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ଫିଲ୍ମ ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌ । ଏହି ଫିଲ୍ମ ଜରିଆରେ ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ତାଙ୍କ ଅଭିନୟକୁ ଦର୍ଶକେ ସେତେଟା ପସନ୍ଦ କରୁ ନଥିବା ଦେଖାଯାଇଛି । ତାଙ୍କର ଏଭଳି ଅଭିନୟକୁ ନେଇ ବିବାଦୀୟ ଅଭିନେତା କମାଲା ଆର୍‌ ଖାନ୍‌ ଯେଉଁ ଟୁଇଟ୍‌ କରିଛନ୍ତି, ତାହା ଦେଓଲ ପରିବାରକୁ ଶକ୍ତ ଧକ୍କା ଦେଇଛି ।

Image result for kamal rashid khan and karan deol
MSN.com

ଟୁଇଟ୍‌ କରି କମାଲ ଆର୍‌ ଖାନ୍‌ ଲେଖିଛନ୍ତି, ମୁଁ ଆଜି କରଣ ଦେଓଲଙ୍କୁ ବିମାନବନ୍ଦରରେ ଦେଖିଲି । କିନ୍ତୁ ସେ ମୋତେ ହେଲୋ ବି କହିଲେନି । ମୁଁ ତାଙ୍କଠାରୁ ବଡ଼ ଏବଂ ଆଜିକା ଦିନରେ ବଲିଉଡ୍‌ର ସବୁଠାରୁ ବଡ଼ ଫିଲ୍ମ ସମୀକ୍ଷକ । କରଣ ଜଣେ ଖରାପ ଅଭିନେତା ବୋଲି ଫିଲ୍ମ ଦେଖି ମୁଁ ଜାଣି ଥିଲି । କିନ୍ତୁ ଆଜି ତାଙ୍କର ଏଭଳି ବ୍ୟବହାର ଦେଖି ସେ କେତେ ଖରାପ ମଣିଷ ତାହା ମୁଁ ଜାଣି ଗଲି । ସେ ବଲିଉଡ୍‌ରେ କେବେ ସଫଳ ହୋଇ ପାରିବେ ନାହିଁ ବୋଲି ଲେଖିଥିଲେ କମାଲ । ତାଙ୍କର ଏଭଳି ଟୁଇଟ୍‌ ଦେଓଲ ପରିବାରକୁ ଆଘାତ ଦେଖିଥିବା ବେଳେ ସୋସିଆଲ ମିଡିଆରେ ଲୋକେ କମାଲଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର