ସାଧ୍ୱୀ ପ୍ରଜ୍ଞାଙ୍କୁ ବିଜେପି ଟିକେଟ୍‌ ମିଳିବା ପରେ ଜାଣନ୍ତୁ କ’ଣ କହିଲେ ସ୍ୱରା ଭାସ୍କର…

ଭୋପାଲ : ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ବୁଧବାର ମଧ୍ୟପ୍ରଦେଶର ୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ୪ଜଣଙ୍କ ମଧ୍ୟରୁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ନାଁ । ମାଲେଗାଓଁ ଆକ୍ରମଣକୁ ନେଇ ଚର୍ଚ୍ଚାରେ ରହିଥିବା ସାଧ୍ୱୀ ପ୍ରଜ୍ଞାଙ୍କୁ ବିଜେପି ଭୋପାଳରୁ ଟିକେଟ ଦେଇଥିବା ନେଇ ଘୋଷଣା କରାଯିବା ପରେ ଏହି ଖବର ଅନେକଙ୍କୁ ନିରାଶ କରିଥିଲା । ଏ ନେଇ ବିପକ୍ଷ ଦଳମାନେ ଅଶାନ୍ତି ବ୍ୟକ୍ତ କରିଥିବା ବେଳେ ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଏ ନେଇ ବିଜେପିକୁ କଡ଼ା ସମାଲୋଚନା କରିଥିବା ଦେଖା ଯାଇଛି ।

ସାଧ୍ୱୀ ପ୍ରଜ୍ଞାଙ୍କ ନାଁ ଘୋଷଣା କରାଯିବା ପରେ, ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ଏକ ଭଲ ପ୍ରାର୍ଥୀପତ୍ର ଘୋଷଣା କରିଛନ୍ତି । ମାଲେଗାଓଁ ଭଳି ଆକ୍ରମଣରେ ସଂପୃକ୍ତି ଥିବା ସମ୍ଭାବିତ ଆତଙ୍କବାଦୀଙ୍କୁ ବିଜେପି ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଇ ନିଜର ଅସଲ ଚେହେରା ସାମ୍ନାକୁ ଆଣିଛି । ଯଦି ଏ ମହିଳା ତୁମମାନଙ୍କୁ ନିର୍ଦ୍ଦୋଷ ଲାଗୁଛି, ତେବେ ହାଫିଜ୍‌ ସୟିଦ୍‌ଙ୍କୁ ଆମେ ସନ୍ଥ କହିବା ବୋଲି ଟୁଇଟ୍‌ କରିଥିଲେ ସ୍ୱରା ।

oneindia.com

ସୂଚନା ମୁତାବକ, ୨୦୦୮ରେ ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ ଗତ ବର୍ଷ ଏନଆଇଏ କୋର୍ଟ ପ୍ରମାଣ ଅଭାବରେ ନିର୍ଦ୍ଦୋଷରେ ଖଲାସ କରିଥିଲେ। ୧୯୮୯ ମସିହାରୁ ଏ ଯାଏଁ ଭୋପାଳରୁ ବିଜେପି ପ୍ରାର୍ଥୀ ସୁମିତ୍ରା ମହାଜନ ବିଜୟୀ ହୋଇ ଆସିଥିଲେ,ମାତ୍ର ଏଥର ସେ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର