ନୂଆଦିଲ୍ଲୀ: ସ୍ଥାନୀୟ ଐତିହାସିକ ଫିରୋଜଶାହା କୋଟଲା ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୯ର ୩୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ ସମ୍ମୁଖରେ ୧୬୯ ରନର ବିଜୟ ଲକ୍ଷ୍ୟ ରଖିଛି । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଦଳର ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ ଡିକକ ଦଳକୁ ଏକ ଦୃଢ ଭିତ୍ତି ପ୍ରଦାନ କରିଥିଲେ । ରୋହିତ ୩୦ ଓ ଡିକକ ୩୬ ରନ କରିଥିଲେ । ଇଂନିଂସ ଶେଷ ବେଳକୁ ଦୁଇ ଭାଇ କୁନାଲ ପାଣ୍ଡ୍ୟା ଓ ହାର୍ଦ୍ଦିକ ପାଣ୍ଡ୍ୟା ଲଢୁଆ ଖେଳ ପ୍ରଦର୍ଶନ କରି ଦଳୀୟ ସ୍କୋରକୁ ୧୬୮ ରନରେ ପହଞ୍ଚାଇଥିଲେ । କୁନାଲ ପାଣ୍ଡ୍ୟା ୩୭ ରନ ଓ ହାର୍ଦ୍ଦିକ ୩୨ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ କାଗିସୋ ରାବାଡା ୨ଟି ଓ ଅମିତ ମିଶ୍ର ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।