‘ମେଁ ଭି ଚୌକିଦାର’ ଟାଇଟେଲକୁ ନେଇ ଫିଲ୍ମ ନିର୍ମାଣ କରି ପାରନ୍ତି ମଧୁର ଭଣ୍ଡାରକର
ମୁମ୍ବାଇ : ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ବାସ୍ତବବାଦୀ ଫିଲ୍ମ ନିର୍ମାଣ କରିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଚାନ୍ଦନୀ ବାର୍, ପେଜ୍-୩, ଫେଶନ ଏବଂ ହିରୋଇନ ଭଳି ଫିଲ୍ମ ଦ୍ୱାରା ଗ୍ଲାମର ଇଣ୍ଡଷ୍ଟ୍ରୀର ଅନେକ ଅଜଣା କଥା ଲୋକମାନଙ୍କ ସାମ୍ନାକୁ ଆଣିଛନ୍ତି ମଧୁର ଭଣ୍ଡାରକର । ଏତେ ସବୁ ପରେ ଏବେ ମଧୁର ଭଣ୍ଡାରକର ‘ମେଁ ଭି ଚୌକିଦାର’ ଟାଇଟେଲକୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚର୍ଚ୍ଚାକୁ କେବଳ ଏକ ଗୁଜବ ବୋଲି କହିଛନ୍ତି ମଧୁର ଭଣ୍ଡାରକରଙ୍କ ପ୍ରବକ୍ତା ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ‘ମେଁ ଭି ଚୌକିଦାର’ ଟ୍ୟାଗ୍ଲାଇନ ସହ ନିର୍ବାଚନ ପ୍ରଚାର କରିଥିଲା । ବିଜେପି ନେତାମାନେ ନିଜ ନିଜ ଟୁଇଟ୍ର ଆକାଉଣ୍ଟରେ ଚୌକିଦାର ନାଁକୁ ସାମିଲ କରିଥିଲେ । କିନ୍ତୁ ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟ୍ୟାଗ୍ଲାଇନ୍କୁ ନିଜ ଆକଉଣ୍ଟରୁ ହଟାଇ ଦେଇଥିଲେ ।