ମହିଳାଙ୍କ ପୋଷକ ପିନ୍ଧି ରାସ୍ତା ଉପରେ ଯୁବତୀଙ୍କ ପରି ନୃତ୍ୟ ପରିବେଷଣ କରି ଭାଇରାଲ୍‌ ହେଲେ ଏହି ଯୁବକ

ୱାଶିଂଟନ୍‌: ଆମେରିକାର ରାସ୍ତା ଉପରେ ଜଣେ ଯୁବକ ଯୁବତୀଙ୍କ ପୋଷାକ ପରିଧାନ କରି ଯେଉଁଭଳି ଭାବେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ତାହା ଏବେ ସଭିଙ୍କୁ ଚକିତ କରିଛି। ଭିଡିଓଟି ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଇନ୍‌ଷ୍ଟାଗ୍ର‌ାମ୍‌ରେ ଭିଡିଓଟିର ଏବେ ସୁଦ୍ଧା ୧୭ ମିଲିୟନ୍‌ ଭିୟୁ ହୋଇ ସାରିଲାଣି। ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ‘ଗଙ୍ଗୁବାଇ’ ଚଳଚ୍ଚିତ୍ରର ଫିମେଲ୍‌ ଭଏସ୍‌ର ଏକ ଗୀତ ବାଜୁଥିବା ବେଳେ ଯୁବକ ଜଣକ ମହିଳାଙ୍କ ପୋଷାକ ପିନ୍ଧି ଯେଉଁଭଳି ଜଣେ ଯୁବତୀ ପରି ଅଙ୍ଗୀଭଙ୍ଗୀରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ତାହା ସଭିଙ୍କୁ ଚକିତ କରିଛି।

ଏହି ଯୁବକ ଜଣକ ଜଣେ ପ୍ରସିଦ୍ଧ କୋରିଓଗ୍ରାଫର୍‌ ଜୈନିଲ୍‌ ମେହେଟା। ସେ ତାଙ୍କର ଚମତ୍କାର ନୃତ୍ୟ ଶୈଳୀରେ ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଭିଡିଓରେ ଏକ ସ୍କଟ୍‌ ଓ ଟପ୍‌ ପିନ୍ଧିଥିବାର ନଜର ଆସିଛନ୍ତି। ଆଲିଆ ଭଟ୍ଟଙ୍କ ଲୋକପ୍ରିୟ ଗୀତ ‘ଝୁମେ ରେ ଗୌରୀ’ରେ ଯୁବକ ଅତ୍ୟନ୍ତ ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରୁଥିବାର ନଜର ଆସିଛନ୍ତି।

 

 

View this post on Instagram

 

A post shared by Jainil Mehta (@jainil_dreamtodance)

ସେ ଲେଖିଛନ୍ତି,‘ମୋ ପାଇଁ ଏହା କେ‌ାରିଓଗ୍ରାଫି ନୁହେଁ। ମୋ ପାଇଁ ଏହା ନାଚି ପାରିବାର ଓ ଲୋକଙ୍କ ସହ ଯୋଗାଯୋଗ କରିବାର ଏକ ମାଧ୍ୟମ। ମୋ ପାଇଁ ଏହି ଗୀତଟିରେ ମୁଁ କେତେ ଭଲ ନୃତ୍ୟ ବା କୋରିଓଗ୍ରାଫି କରିପାରିବି ତାହା ନୁହେଁ, ମୋ ପାଇଁ ଏହା ସଂଗୀତର ଉଠିତ ମହତ୍ବକୁ ପ୍ରକାଶ କରିବା’

ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଭିଡିଓଟିକୁ ଦେଖିବା ପରେ କୋରିଓଗ୍ରାଫର୍‌ଙ୍କୁ ଖୁବ୍‌ ସାରା ପ୍ରଶଂସା ମିଳିଛି।

ସମ୍ବନ୍ଧିତ ଖବର