ରିଲିଜ ହେଲା ‘ଓଢଣୀ’

ମୁମ୍ବାଇ: ନ୍ୟୁଟନ, ସ୍ତ୍ରୀ, ଜଜମେଣ୍ଟାଲ ହୈ କ୍ୟା ଭଳି ସିନେମାରେ ନିଜ ପ୍ରଭାବଶାଳୀ ଅଭିନୟ ପରଷି ବଲିଉଡରେ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି ଅଭିନେତା ରାଜ କୁମାର୍ ରାଓ ।ଆଜିକାଲି ସେ ନିଜ ଆଗାମୀ ଫିଲ୍ମ ‘ମେଡ୍ ଇନ୍ ଚାଇନା’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ସିନେମାରେ ରାଜକୁମାରଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ମୌନି ରୟଙ୍କୁ ଦେଖିବାକୁ ମିଳିବ । ତେବେ ଆଜି ‘ମେଡ୍ ଇନ୍ ଚାଇନା’ର ପ୍ରଥମ ଗୀତ ‘ଓଢଣୀ’ ମୁକ୍ତିଲାଭ କରିଛି ।

ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ରାଜକୁମାର୍ ରାଓ ଏବଂ ମୌନି ରୟଙ୍କୁ ଦେଖିବାକୁ ମିଳିଛି । ଦୁହିଁଙ୍କ ଧୁମଧମାଲ ଡ୍ୟାନ୍ସ ଦେଖିବାକୁ ମିଳିଛି ଏହି ଗୀତରେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ରାଜକୁମାର ଓ ମୌନି ରୟଙ୍କ ଯୋଡିକୁ ପରଦାରେ ଦର୍ଶକ ଦେଖିବେ ।


ସଚିନ୍ – ଜିଗରଙ୍କ ସଙ୍ଗୀତରେ ମୁକ୍ତିଲାଭ କରିଥିବା ଏହି ଗୀତରେ ଶୁଣିବାକୁ ମିଳିଛି ନେହା କକ୍କର୍, ଦର୍ଶନ୍ ରାୱଲ୍ ଓ ସଚିନ୍ – ଜିଗରଙ୍କ ଗାୟିକୀ । ଗୀତର ଲିରିକ୍ସ ଦେଇଛନ୍ତି ନିରେନ୍ ଭଟ୍ଟ ଓ ଜିଗର୍ ସରୈୟା । ୨୫ ଅକ୍ଟୋବରରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ମେଡ୍ ଇନ୍ ଚାଇନା’ ।

ସମ୍ବନ୍ଧିତ ଖବର