ପାକିସ୍ତାନୀ ଡ୍ରୋନ୍‌ ସାହାଯ୍ୟରେ ଦେଶ ମଧ୍ୟକୁ ଅସ୍ତ୍ର ଚାଲାଣ; ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଜଳନ୍ଧର/ ନୂଆଦିଲ୍ଲୀ: ପାକିସ୍ତାନ ଡ୍ରୋନ୍‌ ବ୍ୟବହାର କରି ପଞ୍ଜାବ ମଧ୍ୟକୁ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଓ ହାତ ହତିଆର ପଠାଉଥିବା ଘଟଣାରେ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ। ଏଘଟଣା ଅତ୍ୟନ୍ତ ଉଦ୍‌ବେଗଜନକ ଓ ଦେଶର ସୁରକ୍ଷା ସହ ସଂପୃକ୍ତ ଥିବାରୁ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ସେ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପଞ୍ଜାବ ପୁଲିସ୍‌ ଗତ ଦୁଇଦିନ ତଳେ ଖାଲିସ୍ତାନ୍‌ ଜିନ୍ଦାବାଦ ଫୋର୍ସ ନାମକ ପାକିସ୍ତାନ ଓ ଜର୍ମାନ ସମର୍ଥିତ ଏକ କୁଖ୍ୟାତ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ୍‌ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିବାରେ ସମର୍ଥ ହୋଇଥିଲା। ପରେ, ଅନୁସନ୍ଧାନରୁ ଜାଣିବାକୁ ମିଳିଥିଲା ଯେ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଘଟଣାରେ ବିବ୍ରତ ହୋଇ ପଡ଼ିଥିବା ପାକିସ୍ତାନ ଏବେ ଏହି ଆତଙ୍କବାଦୀ ସଂଗଠନକୁ ନିଜର ହାତ ବାରିସି କରିବା ସହ ଏହା ଜରିଆରେ ପଞ୍ଜାବ ଓ ପଞ୍ଜାବ ଆଖପାଖ ଅଞ୍ଚଳରେ ଆତଙ୍କବାଦ ସୃଷ୍ଟି କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଏବଂ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏମାନଙ୍କ ନିକଟକୁ ପାକିସ୍ତାନୀ ଡ୍ରୋନ୍‌ ବ୍ୟବହାର କରି ହାତ ହତିଆର ପଠାଉଥିଲା ଯାହାର ପର୍ଦ୍ଦାଫାସ ଦୁଇଦିନ ତଳେ ପଞ୍ଜାବ ପୁଲିସ୍‌ କରିଥିଲା।

ସମ୍ବନ୍ଧିତ ଖବର