ଓସ୍କାର ବିଜୟ ପାର୍ଟିରେ ଚୋରି ହୋଇଗଲା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ : ପ୍ରାୟତଃ ସମସ୍ତ ସିନେ-କଳାକାରଙ୍କ ସ୍ୱପ୍ନ ରହିଥାଏ କି ଜୀବନରେ ଥରେ ମାତ୍ର ଓସ୍କାର ପୁରସ୍କାରକୁ ନିଜ ହାତରେ ଧରିବେ । ହଲିଉଡ଼ ଅଭିନେତ୍ରୀ ଫ୍ରାନସେସ୍‌ ମାକଡ଼ରମାଣ୍ଡଙ୍କ ଏହି ସ୍ୱପ୍ନ ସତ ହୋଇଥିଲା । ତାଙ୍କୁ ‘ଥ୍ରି ବିଲବୋର୍ଡ଼ ଆଉଟସାଇଡ଼ ଇବ୍ଡ ମିସୋଉରି’ ଚଳଚ୍ଚିତ୍ର ପାଇଁ ମିଳିଥିଲା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । କିନ୍ତୁ ତାଙ୍କର ଖୁସି ଅଧିକ ସମୟ ପାଇଁ ରହି ନ ଥିଲା । କାରଣ ଓସ୍କାର ବିଜୟୀଙ୍କ ପାଇଁ ଆୟୋଜିତ ସ୍ୱତନ୍ତ୍ର ପାର୍ଟିରେ ତାଙ୍କର ପୁରସ୍କାର ଚୋରି ହୋଇଯାଇଥିଲା । ସୂଚନା ଅନୁଯାୟୀ, ଅଭିନେତ୍ରୀ ଜଣଙ୍କ ଏ ନେଇ ଲସଏଞ୍ଜଲସ୍‌ ପୁଲିସରେ ଅଭିଯୋଗ କରିଥିଲେ ଏବଂ ଅଭିଯୁକ୍ତ ଜଣକ ବର୍ତ୍ତମାନ ଧରାପଡ଼ିଛି ।

Daily Mail

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫ୍ରାନସେସ୍‌ ମାକଡ଼ରମାଣ୍ଡଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ଏହାପରେ ଓସ୍କାର ପୁରସ୍କାର ବିଜେତାମାନଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ପାର୍ଟିରେ ପୁରସ୍କାର ଚୋରି କରିଥିବା ଅଭିଯୁକ୍ତ ୪୭ ବର୍ଷିୟ ଟେରି ବିୟାନ୍ତ ମଧ୍ୟ ସାମିଲ ଥିଲେ । ତାଙ୍କ ପାଖରେ ପାର୍ଟିକୁ ପ୍ରବେଶ କରିବା ପାଇଁ ପାସ ମଧ୍ୟ ରହିଥିଲା । ବର୍ତ୍ତମାନ ଅଭିଯୁକ୍ତଙ୍କୁ ଲସଏଞ୍ଜଲସ ପୁଲିସ ଗିରଫ କରିଥିବା ବେଳେ ଘଟଣା ବିଷୟରେ ସଂପୂର୍ଣ୍ଣ ବିବରଣୀ ଜଣାପଡ଼ି ନାହିଁ । ପୁରସ୍କାର ପୁଣି ଥରେ ଫ୍ରାନସେସ୍‌ ମାକଡ଼ରମାଣ୍ଡଙ୍କ ହାତକୁ ଫେରିବା ପରେ ସେ ଦୀର୍ଘ ନିଶ୍ୱାସ ଛାଡ଼ିଥିଲେ କାରଣ ଏହା ତାଙ୍କ ପରିଶ୍ରମର ଫଳ ଥିଲା ।

ସମ୍ବନ୍ଧିତ ଖବର