ସାକ୍ଷାତକାରରେ ନିକ୍‌ଙ୍କୁ ନେଇ ଏଭଳି ଖୁଲାସା କଲେ ପ୍ରିୟଙ୍କା: କହିଲେ ନିକ୍‌ ମୋତେ ପ୍ରଥମ ସାକ୍ଷାତରେ ଚୁମ୍ବନ ନ ଦେଇ ଏହି କାମ କରିଥିଲେ

ମୁମ୍ବାଇ : ଦୀପ୍‌-ବୀରଙ୍କ ପରେ ଡ଼ିସେମ୍ବର ୨ରେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଯାଉଛନ୍ତି ନିକ୍‌ୟାଙ୍କା । ବିବାହର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବେଳେ ଏବେ ଦୁହିଁଙ୍କ ବିବାହ ଉପରେ ରହିଛି ସମସ୍ତଙ୍କ ନଜର । ପ୍ରିୟଙ୍କା ଏବଂ ନିକ୍‌ ବିବାହ ପାଇଁ ଯୋଧପୁରରେ ପହଞ୍ଚି ସାରିଥିବା ବେଳେ ପ୍ରିୟଙ୍କା ଆମେରିକାର ଏକ ପତ୍ରିକାରୁ ଦେଇଥିବା ସାକ୍ଷାତକାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସାକ୍ଷାତକାରରେ ନିକ୍‌ଙ୍କ ସହ ତାଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା ସେ ଜଣାଇଥିଲେ ।

ତାଙ୍କ କହିବା ଅନୁଯାୟୀ, କ୍ୱାଣ୍ଟିକୋରେ ମୋତେ ଦେଖି ନିକ୍‌ ମୋ ସହ-କଳାକାରଙ୍କ ଆଗରେ ମୋର ପ୍ରଶଂସା କରିଥିଲେ । ଏହା ପରେ ନିକ୍‌ ମେତେ ଟୁଇଟ୍‌ରରେ ମେସେଜ୍‌ କରିଥିଲେ । ସେ ମେସେଜ୍‌ ସମସ୍ତେ ପଢ଼ିପାରୁ ଥିବାରୁ ମୁଁ ତାଙ୍କୁ ମୋ ନମ୍ବର ଦେଇ ମୋତେ ବ୍ୟକ୍ତିଗତ ଭାବରେ ମେସଜ୍‌ ପଠାଇବା ପାଇଁ କହିଥିଲି । କିଛି ଦିନ କଥା ହେବା ପରେ ଆମେ ଦୁହେଁ ମେଟ୍‌ ଗାଲା ୨୦୧୭ରେ ଏକାଠି ନଜର ଆସିଥିଲୁ । ଏହା ପରେ ଆମ ଦୁହିଁଙ୍କ ମଧ୍ୟରେ କିଛି ସଂପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲାା ଏହି ଚର୍ଚ୍ଚା ହେବା ପରେ ମୁଁ ଥରେ ସଂନ୍ଧ୍ୟାରେ ନିକ୍‌ଙ୍କୁ ମୋ ଘରକୁ ଡ଼ାକିଥିଲି । ଘରେ ମୋ ମା’ ମଧ୍ୟ ଥିଲେ । ବେଶ୍‌ କିଛି ଘଣ୍ଟା ଆମେ ଦୁହେଁ ଏକାନ୍ତରେ ବସି କଥା ହେବା ପରେ ନିକ୍‌ ଯିବା ପୂର୍ବରୁ ମୋ ପିଠିକୁ ଥାପୁଡ଼ାଇ ପ୍ରସ୍ଥାନ କରିଥିଲେ । ସେ ସମୟରେ ଆମ ପାଖରେ କହି ନ ଥାଇ ମଧ୍ୟ ନିକ୍‌ ମୋତେ ଚୁମ୍ବନ ଦେଇ ନ ଥିଲେ । ମା’ ଆମ ପାଖରେ ନ ଥାଇ ଘରେ ଥିବାରୁ ତାଙ୍କୁ ସମ୍ମାନ ଜଣାଇ ସେ ଏପରି କରିଥିଲେ ବୋଲି ମୋତେ ଜଣାଇଥିଲେ ।

The Indian Express

ତିନି ଥର ଡ଼େଟ୍‌ରେ ଯିବା ପରେ ନିକ୍‌ ତାଙ୍କ ମା’ଙ୍କୁ କଲ୍‌ କରି ମୋତେ ବିବାହ କରିବାକୁ ଚାହୁଁଥିବା କହିଥିଲେ । ମୋ ଜନ୍ମଦିନରେ ଯେତେବେଳେ ଆମେ ଦୁହେଁ ଗ୍ରୀସ୍‌ ଯାଇଥିଲୁ,ସେତେବେଳେ ନିକ୍‌ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ପରେ ମୁଁ କିଛି ସମୟ ପାଇଁ ଚୁପ୍‌ ହୋଇ ଯାଇଥିଲି । ୪୫ସେକେଣ୍ଡ ଚୁପ୍‌ ହେବା ପରେ ନିକ୍‌ ମୋ ଚୁପ୍‌ ରହିବାର ଅନ୍ଦାଜରୁ ମୋ ଉତ୍ତର ଜାଣିଯିବା ସହ ମୋତେ ମୁଦି ପିନ୍ଧାଇଥିଲେ ବୋଲି ପ୍ରିୟଙ୍କା କହିଛନ୍ତି ।

ସମ୍ବନ୍ଧିତ ଖବର