ରାହତ ଫତେ ଅଲ୍ଲୀ ଖାନଙ୍କ ବିରୋଧରେ ବିଦେଶୀ ମୁଦ୍ରା ଚୋରା କାରବାର କରୁଥିବା ଅଭିଯୋଗ, ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମୁମ୍ବାଇ: ଗମ୍ଭୀର ଅଭିଯୋଗ ଘେରରେ ପଡ଼ିଯାଇଛନ୍ତି ଜଣାଶୁଣା ସୁଫି ଗାୟକ ରାହତ ଫତେ ଅଲ୍ଲୀ ଖାନ। ତାଙ୍କ ନାମରେ ବେନିମୟ ଭାବେ ବିଦେଶୀ ମୁଦ୍ରାର ଚୋରା କାରବାର କରୁଥିବା ଅଭିଯୋଗ ଆସିବା ପରେ ଅଡୁଆରେ ଛନ୍ଦି ହୋଇଥିବା ସୂଚନା ରହିଛି। ଏବେ ରାହତଙ୍କୁ ମିଳିଛି ପ୍ରର୍ବତନ ନିର୍ଦ୍ଦେଶାଳୟ ତଥା ଇଡିର ସମନ। ପାଖାପାଖି ୩ ଲକ୍ଷ ୪୦ ହଜାର ଭାରତୀୟ ମୁଲ୍ୟର ଆମେରୀକୀୟ ମୁଦ୍ରା ରାହତଙ୍କ ପାଖରେ ଥିବା ଅଭିଯୋଗ ହୋଇଛି। ସେଥିମଧ୍ୟରୁ ପ୍ରାୟ ୨ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସେ ଭାରତରେ ହିଁ ବେନିମୟ ଭାବେ କାରବାର କରିଥିବା ସୂଚନା ଦେଇଛି ପୁଲିସ।

ଅଭିଯୋଗ ଆସିବା ପରେ ରାହତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଜବାବ ମାଗିଛି ଇଡି। ତେବେ ଜେରା ସମୟରେ ଇଡିକୁ ଯଦି ସନ୍ତୋଷଜନକ ଉତ୍ତର ନ ମିଳେ ତାହେଲେ ରାହତଙ୍କ ଉପରେ ଜରିମାନ ଲାଗିବା ସହ ଭାରତରେ ତାଙ୍କ ରହଣୀକୁ ନେଇ ମଧ୍ୟ କଟକଣା ଲାଗିବା ସମ୍ଭାବନା ରହିଛି। ୨୦୧୧ ମସିହାରେ ଦିଲ୍ଲୀ ଅର୍ନ୍ତଜାତୀୟ ବିମାନମନ୍ଦରରୁ ମଧ୍ୟ ୩ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀମୁଦ୍ରା ଜବତ କରାଯାଇଥିଲା। ତାହାକୁ ତାଙ୍କ ମ୍ୟାନେଜର ବିଦେଶରୁ ଦିଲ୍ଲୀ ନେଇ ଫେରୁଥିବା ସମୟରେ ଧରାପଡିଥିଲେ। ତେବେ ମ୍ୟାନେଜରଙ୍କ ଅଚାନକ ମୃତ୍ୟୁ ଯୋଗୁଁ ମାମଲାର ତଦନ୍ତରେ ବିଳମ୍ବ ହୋଇଥିଲା।

ସମ୍ବନ୍ଧିତ ଖବର