ଝିଅର ଅଭିଯୋଗକୁ ଖଣ୍ଡନ କଲେ ରାନୁ ମଣ୍ଡଲ, କେହି ବି ତାଙ୍କ ଟଙ୍କା ନେଉନାହାନ୍ତି

ମୁମ୍ବାଇ: ଝିଅ ଏଲିଜାବେଥ୍‌ ସଥି ରୟଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଲ। ଝିଅ ଏଲିଜାବେଥ୍‌ ଅଭିଯୋଗ ଆଣି କହିଥିଲେ ଯେ ତାଙ୍କ ମାଆଙ୍କ ଟଙ୍କାକୁ କିଛି ଲୋକ ଅପବ୍ୟବହାର କରୁଛନ୍ତି। ମାତ୍ର ରାନୁ ଏ କଥାରେ ଦ୍ୱିମତ ପ୍ରକାଶ କରିଥିବା ଜାଣିବାକୁ ମିଳିଛି।

ଏଲିଜାବେଥ୍‌ ଅଭିଯୋଗ ଆଣି କହିଥିଳେ ଯେ ରାନୁଙ୍କ ମ୍ୟାନେଜର୍‌ ତାଙ୍କୁ ବହଲେଇ ତାଙ୍କଠାରୁ ଟଙ୍କା ହାତଉଛନ୍ତି। ତାଙ୍କ ମାଆଙ୍କ ଯତ୍ନ ନେଉଥିବା ଲୋକମାନେ ଏଲିଜାବେଥ୍‌ଙ୍କୁ ଧମକ ଦେଇ ରାନୁଙ୍କୁ ସାକ୍ଷାତ୍‌ ନକରିବାକୁ କହିଥିବା ସେ ଅଭିଯୋଗ ଆଣିଛନ୍ତି। ରାନୁଙ୍କୁ ଯଦି ଝିଅ ଏଲିଜାବେଥ୍‌ ଦେଖା କରନ୍ତି ତେବେ ତାଙ୍କ ଗୋଡ଼ ଭାଙ୍ଗି ଦେବାର ଧମକ ବି ମିଳିଛି।

ମାତ୍ର ଏଲିଜାବେଥ୍‌ଙ୍କ ଏପରି କଥାକୁ ମିଛ ବୋଲି କହିଛନ୍ତି ରାନୁ। ସେ କହିଛନ୍ତିି, ‘ହୁଏତ ଏମିତି କହିବା ପାଇଁ ମୋ ଝିଅକୁ କେହି ଉସୁକାଉଛି। ବାସ୍ତବ କଥା ହେଲା ମୋଠାରୁ କେହି ବି ଟଙ୍କା ନେଇଯାଉନାହାନ୍ତି। ଯିଏ ବି ନଉଛନ୍ତି ମୋର ଆବଶ୍ୟକୀୟ ଜିନିଷ କିଣିବା ପାଇଁ ନେଉଛନ୍ତି। ମୁଁ କିଣିପାରୁନି ବୋଲି ମେସାନେ ମୋତେ କିଣେଇ ଦେଉଛନ୍ତି।’

ସମ୍ବନ୍ଧିତ ଖବର