ପଞ୍ଜାବ ବାଣକାରଖାନା ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୨୨ ଛୁଇଁଲା, ୭ ଆହତଙ୍କ ଅବସ୍ଥା ସଂକଟାପନ୍ନ

ଗୁରୁଦାସପୁର : ପଞ୍ଜାବର ଗୁରୁଦାସପୁର ଜିଲ୍ଲା ବାଟାଲାଠାରେ ଥିବା ଏକ ବାଣ କାରଖାନାରେ ଆଜି ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨୨ରେ ପହଞ୍ଚିଛି । ଏହି ଘଟଣାରେ ଆହୁରି ୩୦ ଜଣ ଆହତ ଅଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି, କାରଣ ଏହି ଆହତମାନଙ୍କ ମଧ୍ୟରୁ ପ୍ରାୟ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆଉ କିଛି ଲୋକ ମଧ୍ୟ ଏପର୍ଯ୍ୟନ୍ତ ଧ୍ୱଂସାବଶେଷ ତଳେ ଫସିରହିଛନ୍ତି ।

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ବିବାହ ବାର୍ଷିକୀ ପାଳନ ଉତ୍ସବରେ ଏସବୁ ବାଣ ବ୍ୟବହାର ହୋଇଥାନ୍ତା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବିସ୍ଫୋରଣଟି ଏତେ ଭୟଙ୍କରଥିଲା ଯେ ଆଖପାଖର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଗୁରୁଦାସପୁରର ଜିଲ୍ଲାପାଳ ବିପୁଳ ଉଜ୍ଜଳ ଓ ଏସଏସପି ଉପିନ୍ଦରଜିତ ସିଂ ଗୁମାନ ପହଞ୍ଚି ସ୍ଥିତିର ଆକଳନ କରିଛନ୍ତି । ଉଦ୍ଧାରକାର୍ଯ୍ୟ ଲାଗି ସ୍ଥାନୀୟ ପ୍ରଶାସନ, ଗୁରୁଦାସପୁର ଓ ଅମୃତସରରୁ ଆମ୍ବୁଲାନ୍ସ ଓ ଦମକଳ ଗାଡି ପହଞ୍ଚିଛି । ମୁଖ୍ୟମନ୍ତ୍ରୀ କ୍ୟାପନେଟ ଅମରିନ୍ଦର ସିଂ ଏହି ଘଟଣାକୁ ନେଇ ଶୋକ ପ୍ରକଟ କରିଛନ୍ତି ।

ସମ୍ବନ୍ଧିତ ଖବର