ଦୀପିକାଙ୍କୁ  ପାଇ ନିଜକୁ  ଭାଗ୍ୟବାନ୍‌ ମନେ କରୁଛନ୍ତି ରଣବୀର୍‌ ସିଂହ, ଜାଣନ୍ତୁ କାରଣ 

ଏହି ନିିକଟରେ ‘ନ୍ୟୁଜ୍‌-୧୮‘ର ରାଇଜିଂଗ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ବଲିଉଡ଼୍‍ ଅଭିନେତା ରଣବୀର୍‌ ସିଂହ ଅଂଶ ଗ୍ରହଣ କରିଥିଲା ବେଳେ ପ୍ରେମିକା ତଥା ବଲିଉଡ଼୍‍ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ସହିତ ତାଙ୍କର ରହିଥିବା  ରିଲେସନ୍‌ସିପ୍‌ ବିଷୟରେ  ଖୋଲିକରି କଥା ହୋଇଛନ୍ତି।ଏଥିସହିତ ଏହି କାର୍ଯ୍ୟକ୍ରମରେ ଅଭିନେତା ରଣବୀର୍‌ ସିଂହଙ୍କୁ ‘ରିଲେସନ୍‌ସିପ୍‌ର ଅର୍ଥ ’କୁ ନେଇ ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ ‘ନିଜ ମଧ୍ୟରେ ରହିଥିବା ଭଲ ପାଇବା ହିଁ ହେଉଛି ସଂପର୍କ’ ବୋଲି କହିଛନ୍ତି ।

photo-amarujala

ଏହାସହିତ ସେ ତାଙ୍କ ଓ ଦୀପିକାଙ୍କ ମଧ୍ୟରେ ରହିଥିବା ରିଲେସନ୍‌ସିପ୍‌ରେ ଅଭିନେତ୍ରୀ ଦୀପିକାଙ୍କୁ  ଅଭିନୟ ସ୍ତରରେ ଆଗରେ ରଖିବା ସହିତ ଦୀପିକା କେବେ ତାଙ୍କୁ ଅଭିନୟରେ ଆଗରେ ରଖନ୍ତି ନାହିଁ ବୋଲି କହିଛନ୍ତି। ତେବେ ସେ ଏନେଇ ଦୁଃଖୀ ନୁହଁନ୍ତି ବରଂ ଦୀପିକାଙ୍କ ପାଖରୁ ତାଙ୍କୁ ବହୁତ କିଛି ଶିଖିବାକୁ ମିଳିଛି ଓ ଦୀପିକାଙ୍କ ସହିତ ସେ ରିଲେସନ୍‌ସିପ୍‌ରେ ରହିଥିବାରୁ ନିଜକୁ ଭାଗ୍ୟବାନ୍‌ ବୋଲି ମନେକରୁଛନ୍ତି ବୋଲି କହିଛନ୍ତି  ବଲିଉଡ଼୍‍ ଅଭିନେତା ରଣବୀର୍‌!

ସମ୍ବନ୍ଧିତ ଖବର