ଡ୍ରଗ୍ସ ସହିତ ସିନେମା ‘ସଡ଼କ-୨’ର ଅଭିନେତ୍ରୀ ଧରାପଡ଼ିବା ପରେ ହେଲା ଜେଲ

ନୂଆଦିଲ୍ଲୀ: ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କ୍ରିସନ ପରେରା ଶାରଜାହ ସେଣ୍ଟ୍ରାଲ ‌ଜେଲରେ ବନ୍ଦୀ ଥିବା ଖବର ମିଳିଛି।

ପ୍ରକାଶିତ ରିପୋର୍ଟ ମୁତାବକ, କ୍ରିସନ ଡ୍ରଗ୍ସ ସହିତ ଧରାପଡ଼ିଥିଲେ। ଏହାପରେ ତାଙ୍କୁ ବିମାନବନ୍ଦର ଅଧିକାରୀମାନେ ହେପାଜତକୁ ନେଇ ଯାଇଥିଲେ। ଏହାପରେ ତାଙ୍କୁ ଜେଲ ହୋଇଯାଇଛି। ଅଭିନେତ୍ରୀଙ୍କ ପରିବାରଲୋକ କ୍ରିସନଙ୍କୁ ଜେଲରୁ ବ‌ାହାର କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି।

କ୍ରିସନଙ୍କ ପରିବାରଲୋକଙ୍କ କହିବାନୁସାରେ, ଏହି ଘଟଣାରେ ତାଙ୍କ ଝିଅକୁ ଫସାଇ ଦିଆଯାଇଛି। କ୍ରିସନଙ୍କ ଭାଇ କେବିନ କହିଛନ୍ତି, ‘ଆମକୁ ଗତ ୨ସପ୍ତାହ ହେବ ମାନସିକ ଭାବେ ନିର୍ଯାତନା ଦିଆଯାଉଛି। ମୋ ଭଉଣୀର କୌଣସି ଦୋଷ ନଥାଇ ବି ତାକୁ ଏହି ଡ୍ରଗ୍ସ ରାକେଟରେ ଛନ୍ଦି ଦିଆଯାଇଛି। ଭଉଣୀ ଯେତେବେଳେ ଶାରଜାହ ବିମାନ ବନ୍ଦରରେ ଓହ୍ଲାଇ ଥିଲା, ଆମକୁ ତା’ ସହିତ କଥା ହେବାକୁ ଦିଆଯାଇ ନଥିଲା।  ୭୨ଘଣ୍ଟା ପରେ ଫୋନ କରି ସୂଚନା ଦିଆଯାଇଥିଲା କି ଭଉଣୀକୁ ଗିରଫ କରାଯାଇଛି। ଆଉ ତାକୁ ଜେଲ ପଠାଇ ଦିଆଯାଇଛି।

ଓକିଲାଙ୍କ ସହିତ କଥା ହୋଇଥିଲୁ। ସେ ଏହି କେସ ଲଢ଼ିଲେ ୧୩ ଲକ୍ଷ ଟଙ୍କା ନେବେ ବୋଲି କହିଥିଲେ। ଏଥିସହିତ ଯଦି ଭଉଣୀ ଉପରେ ଏହି ଘଟଣାକୁ ନେଇ ଜରିମାନା ଲାଗୁ ‌ହୁଏ, ତେବେ ଜରିମାନା ରାଶି ୨୦ରୁ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ହେବ ବୋଲି କୁହାଯାଉଛି। ତେଣୁ ମୋର ପରିବାର ଘର ବନ୍ଧା ରଖି ଭଉଣୀକୁ ଜେଲରୁ ବେଲରେ ଆଣିବା ପାଇଁ ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର