ସଲମାନ୍-ଭାଗ୍ୟଶ୍ରୀ ଏକାଠି

‘ବିଗ୍ ବସ୍’ ସିଜନ୍-୧୫ରେ ‘ମୈନେ ପ୍ୟାର କିୟା’ର ନାୟକ-ନାୟିକା ସଲମାନ୍ ଓ ଭାଗ୍ୟଶ୍ରୀ ପୁଣି ଏକାଠି ହେଇଛନ୍ତି।

ଲାଇଟ୍ ପିଙ୍କ୍‌ ଶାଢ଼ି ପରିହିତା ଭାଗ୍ୟଶ୍ରୀ ବେଶ୍ ଉଜ୍ବଳ ଚେହେରାରେ ବିଗ୍ ବସ୍ ଘରେ ପ୍ରବେଶ କରିଛନ୍ତି। ଭାଗ୍ୟଶ୍ରୀଙ୍କୁ ଦେଖି ସୋ’ର ହୋଷ୍ଟ ସଲମାନ୍ ଏକ ସାଇକେଲ ଚଢ଼ି ଘର ଭିତରକୁ ପ୍ରବେଶ କରିଛନ୍ତି। ଏତିକିବେଳେ ସଲମାନଙ୍କ ମୁହଁରେ ଉକ୍ତ ଚଳଚ୍ଚିତ୍ରର ଗୀତ ‘ତୁମ ଲଡକୀ ହୋ’ ଶୁଣିବାକୁ ମିଳିଥିଲା। ଗୀତର ତାଳେ ତାଳେ ସଲମାନ୍ ସାଇକେଲ ଚଢ଼ି ଚକ୍କର ମାରୁଥିଲେ। ସେଇ ଗୋଟିଏ ଚଳଚ୍ଚିତ୍ରରୁ ଭାଗ୍ୟଶ୍ରୀ ସିନେମା ଜଗତରୁ ସନ୍ନ୍ୟାସ ନେଇଥିଲେ।

ଦୀର୍ଘବର୍ଷର ଅନୁପସ୍ଥିତି ପରେ ଅବଶ୍ୟ ଭାଗ୍ୟଶ୍ରୀ ପରଦାକୁ ଫେରିଛନ୍ତି। କଙ୍ଗନା ରାଣାୱତଙ୍କ ‘ଥାଲାଇଭି’ରେ ଏକ ପାର୍ଶ୍ବ ଚରିତ୍ରରେ ଅଭିନୟ କରିଥିବା ଭାଗ୍ୟଶ୍ରୀ ଶୁଣାଯାଉଛି ସଲମାନଙ୍କ ସହ ‘ରାଧେଶ୍ୟାମ’ରେ ଦେଖିବାକୁ ମିଳିବେ।

ସମ୍ବନ୍ଧିତ ଖବର