ମୁମ୍ବାଇ: ବଲିଉଡ୍ର ଚକୋଲେଟ୍ ବୟ ସାହିଦ୍ କପୁର ଏବଂ ପତ୍ନୀ ମୀରା ରାଜପୁତ୍ ସର୍ବଦା ପରସ୍ପର ବିଷୟରେ କିଛି ନା କିଛି ଗୁପ୍ତ କଥା ପ୍ରଘଟ କରି ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଥାନ୍ତି। ତେବେ, ଏକଥା ସମେସ୍ତ ଜାଣନ୍ତି ଯେ ନିଜ ବ୍ୟକ୍ତିଗତ ଜୀବନର କଥା, ପସନ୍ଦ ଆଦି ସର୍ବସାଧାରଣରେ ବାଣ୍ଟିବା କ୍ଷେତ୍ରରେ ସାହିଦ୍ ଓ ମୀରା ଖୁବ୍ ସାହସୀ।
Sambad is now on WhatsApp
Join and get latest news updates delivered to you via WhatsApp
ସାହିଦ କପୁର୍ ଏବଂ ମୀରା ରାଜପୁତ୍ ନିକଟରେ ‘ବିଏଫ୍ଏଫ୍ ଉଇଥ୍ ଭୋଗ୍’ରେ ଦେଖିବାକୁ ମିଳିଥିଲେ। ସେଠାରେ ଏହି ଦମ୍ପତି ପରସ୍ପର ସଂପର୍କରେ କିଛି ମଜାଦାରିଆ କଥା ଖୁଲାସା କରିଥିଲେ। ଅଭିନେତ୍ରୀ ନେହା ଧୁପିଆ ଏହି ସୋ’କୁ ହୋଷ୍ଟ୍ କରୁଥିବାରୁ ଉଭୟ ପତି-ପତ୍ନୀଙ୍କ ନିକଟକୁ ଗୁଡ଼ାଏ ମଜା କଥା ବାହାର କରିଥିଲେ। ଏହି ଅବସରରେ ସାହିଦ କହିଥିଲେ କି ଯଦି ମୀରା ତାଙ୍କୁ ବିବାହ କରିନଥାନ୍ତେ ତେବେ ସେ ନିଶ୍ଚିତ ଭାବେ ବଲିଉଡ୍ର ହ୍ୟାଣ୍ଡସମ୍ ହଙ୍କ୍ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଡେଟ୍ରେ ଯାଇଥାନ୍ତେ।