ମନ୍ନତ ବଙ୍ଗଳାରେ ଶାହରୁଖ ସୁଟିଂ କରୁଥିବା ନଜର ଆସିଲେ

ମହାରାଷ୍ଟ୍ର ସରକାର ଗାଇଡ୍‌ଲାଇନ ଜାରି କରି ଚଳଚ୍ଚିତ୍ର ସୁଟିଂ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଟିଭି ଧାରାବାହିକର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଏଇ ପରିପ୍ରେକ୍ଷୀରେ ଶାହରୁଖ ଖାନ ତାଙ୍କ ମନ୍ନତ ବଙ୍ଗଳାରେ ଦୁଇଟି କ୍ୟାମେରା ମଧ୍ୟରେ ଛିଡ଼ା ହୋଇ ତାଙ୍କର ସି‌ଗ୍ନେଚର୍ ଷ୍ଟାଇଲ୍‌ରେ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛନ୍ତି। ଏହା ଦେଖିବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।

Times of India

ସୂଚନାଯୋଗ୍ୟ, ଶାହରୁଖ ଆନନ୍ଦ ଏଲ୍‌ ରାୟଙ୍କକ ଫିଲ୍ମ ‘ଜିରୋ’ରେ ଶେଷ‌ଥର ନଜର ଆସିଥିଲେ। ଏହା ପରେ ସେ ବଡ଼ ପରଦାରେ ଦେଖିବାକୁ ମିଳି ନଥିଲେ। ତେବେ ଶାହରୁଖ କିଛି ୱେବସିରିଜ୍‌ର ପ୍ରଯୋଜନା କରିଛନ୍ତି। ଖବର ମୁତାବକ ଶାହରୁଖ ଆୟାନ ମୁଖାର୍ଜୀଙ୍କ ଆସନ୍ତା ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବେ। ଏଥିରେ ରଣବୀର କପୁର ଓ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ ଅଭିନୟ କରୁଥିବା ବ‌େଳେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର