ଫିଲ୍ମ ରିଲିଜ୍‌ ପରେ ନିଜ ରୋଗ ବିଷୟରେ ସମସ୍ତଙ୍କୁ ଜଣାଇଲେ ଶ୍ରଦ୍ଧା, ୪ ବର୍ଷ ହେଲାଣି ନିଜକୁ ସରକ୍ଷିତ ରଖିବାକୁ ବାଟ ଖୋଜୁଛନ୍ତି

ମୁମ୍ବାଇ : ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ’ର ସଫଳତା ପରେ ଏବେ ଫିଲ୍ମ ‘ବତି ଗୁଲ୍‌ ମିଟର ଚାଲୁ’କୁ ମଧ୍ୟ ଲୋକମାନଙ୍କ ଭଲ ପାଇବା ମିଳିବା ଆରମ୍ଭ ହୋଇଛି । ସେପ୍ଟେମ୍ବର ୨୧ରେ ଏହି ଫିଲ୍ମ ରିଲିଜ ହୋଇଥିବା ବେଳେ ପ୍ରଥମ ଦିନ ହିଁ ଏହା ଭଲ ବ୍ୟବସାୟ କରିିଛି । ଏହା ମଧ୍ୟରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଫିଲ୍ମର ସଫଳତାକୁ ଉପଭୋଗ କରିବା ସହ ୪ ବର୍ଷ ହେବ ସେ ଯେଉଁ ରୋଗରେ ପୀଡ଼ିତ ଅଛନ୍ତି । ସେ ନେଇ ସେ ଖୁଲାସା କରିଛନ୍ତି ।

celeb4pic.blogspot.com

୪ବର୍ଷ ହେଲାଣି ସେ ଏକ ପ୍ରକାରର ମାନସିକ ରୋଗରେ ପୀଡ଼ିତ ଥିବା କହିଛନ୍ତି ଶ୍ରଦ୍ଧା । ରୋଗ ହେତୁ ତାଙ୍କର ମନରେ ସବୁବେଳେ ଉଦବେଗ ବା ଆଂଜାଇଟି ରହୁଛି। ଏହି ରୋଗରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମୁଁ ଉପାୟ ଖୋଜୁଛି । ସକାରାତ୍ମକ ଉପାୟରେ ମୁଁ ମୋ ରୋଗ ସହ ଲଢ଼ୁଛି । ନିଜ ପରିବାର ସହ ଅଧିକ ସମୟ ବିତାଉଛି ବୋଲି ଶ୍ରାଦ୍ଧା କହିଛନ୍ତି । ଶ୍ରଦ୍ଧାଙ୍କ ଏହି ରୋଗ ବିଷୟରେ ଜଣା ପଡ଼ିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର