ପ୍ରଥମ ଦିନରେ ଏତିକି ଟଙ୍କା ଆୟ କଲା ‘ଦ ସ୍କାଏ ଇଜ୍ ପିଙ୍କ’

ମୁମ୍ବାଇ: ମୁକ୍ତିଲାଭ କରିଛି ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’ | ତେବେ ପ୍ରଥମ ଦିନ ଫିଲ୍ମଟି ୩ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି | କିନ୍ତୁ ବର୍ତ୍ତମାନ ଫିଲ୍ମ ‘ୱାର’ ନିଜ ସଫଳତା ଜାରି ରଖିଥିବାରୁ ଏହି ଫିଲ୍ମକୁ କଡା ଟକ୍କରର ସାମ୍ନା କରିବାକୁ ପଡିପାରେ | ଫିଲ୍ମରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍ ଅଖତରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି । ଉଭୟ ଦ୍ୱିତୀୟ ଥର ପାଇଁ ନାୟକ- ନାୟିକା ଭାବେ ଏକାଠି ଆସିଛନ୍ତି ନଜର ।

ଆଦିତି ଓ ନିରେନଙ୍କ ଖଟ୍ଟା – ମିଠା ପ୍ରେମକାହାଣୀକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି ।  ଏମାନଙ୍କ ଲଭଷ୍ଟୋରୀରେ ସେତେବେଳେ ଟ୍ୱିଷ୍ଟ ଆସେ, ଯେତେବେଳେ ଆଦିତି ଓ ନିରେନଙ୍କ ଜୀବନରେ ଆସେ ତାଙ୍କ ଝିଅ ଆୟେସା । ଆୟେସା ଏକ ନିଆରା ରୋଗରେ ପିଡିତ ଥାଏ । ଆଉ ନିଜ ଝିଅକୁ ବଂଚାଇବା ପାଇଁ ଆଦିତି ଓ ନିରେନ୍ ଅନେକ ସଂଘର୍ଷ କରନ୍ତି ।

ଏମିତି ଏକ ନିଆରା ଫ୍ୟାମିଲି ଡ୍ରାମା କାହାଣୀକୁ ନେଇ ଚଳଚ୍ଚିତ୍ର ‘ଦ ସ୍କାଏ ଇଜ୍ ପିଙ୍କ’ ପ୍ରସ୍ତୁତ କରାଯାଇଛି । ଫିଲ୍ମରେ ଆଦିତି ଓ ନିରେନ୍ ଚରିତ୍ରରେ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍ ଅଖତରଙ୍କୁ ଦେଖିବାକୁ ମିଳିଛି । ସିଦ୍ଧାର୍ଥ ରୟ କପୁର୍ ଓ ରୋନି ସ୍କୃୱାଲାଙ୍କ ପ୍ରଯୋଜନାରେ ରିଲିଜ୍ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲି ବୋଷ ।

ସମ୍ବନ୍ଧିତ ଖବର