ସୁଶାନ୍ତଙ୍କ ସହ କରିଥିବା ବ୍ୟକ୍ତିଗତ ଚାଟକୁ ସେୟାର କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ତାଙ୍କର ଅନେକ ବନ୍ଧୁ ଏବଂ ପ୍ରିୟଜନଙ୍କୁ ଶକ୍ତ ଧକ୍କା ଦେଇଥିଲା। ସୁଶାନ୍ତଙ୍କ ସାଙ୍ଗମାନେ ସୁଶାନ୍ତଙ୍କୁ ନିରନ୍ତର ମନେପକାଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ ସେୟାର କରିବାରେ ଲାଗିଛନ୍ତି। ଏହି କ୍ରମରେ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଲାରେନ୍‌ ଗାଟଲିବ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଏକ ପୁରୁଣା ଚାଟ୍‌ର ସ୍କ୍ରିନସଟ୍‌ ସେୟାର କରିଛନ୍ତି । ଏହି ଚାଟରେ ସୁଶାନ୍ତ ସିଂ ରାଜପୁତ ଲାରେନଙ୍କୁ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ଉତ୍ସାହିତ କରୁଛନ୍ତି । କେବଳ ଏତିକି ନୁହେଁ ଏଥିରେ ସୁଶାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଟିଭି ଅଭିନେତାଙ୍କୁ କିପରି ସଂଘର୍ଷ କରିବାକୁ ପଡେ ସେ ବିଷୟରେ ଲାରେନ୍‌ଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

सुशांत सिंह राजपूत की एक्ट्रेस दोस्त ने शेयर की उनकी व्हॉट्सऐप चैट

ଇନଷ୍ଟାରେ ଚାଟ୍‌ ସେୟାର୍‌ କରି ଲାରେନ୍‌ ଲେଖିଛନ୍ତି ଯେ, ଆଜି ମୁଁ ସୁଶାନ୍ତ ସିଂଙ୍କ ସହ କିଛି ବର୍ଷ ପୂର୍ବେ ହୋଇଥିବା ଚାଟ୍‌କୁ ଦେଖିଥିଲି। ତାଙ୍କ ସହିତ ହୋଇଥିବା ବାର୍ତ୍ତାଳାପ ପଢ଼ିବା ପରେ ମୋର ହୃଦୟ ଭାରି ହୋଇ ଯାଇଥିଲା। ଏହି ଚାଟରେ ସ୍ନେହ ଥିଲା, ଦୟା ଥିଲା ଓ ଜଣେ ମଣିଷର ଅନ୍ୟ ଜଣେ ମଣିଷର ସ୍ୱପ୍ନକୁ ପୂରା କରିବାର ପ୍ରକୃତ ସମର୍ଥନ ଥିଲା । ସୁଶାନ୍ତଙ୍କ ସହ ମୁଁ ଜଡିତ ଥିଲି। କାରଣ ଆମେ ଦୁହେଁ ବାହାର ଲୋକ ଥିଲୁ। ସେ ବହୁ ଚମତ୍କାର ସ୍ୱଭାବର ବ୍ୟକ୍ତି ଥିଲେ ।’

ଲାରେନ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଏହି ଚାଟ୍‌ ଫିଲ୍ମ ‘ଏମଏସ ଧୋନି’ ରିଲିଜ ହେବା ପରର ବୋଲି କୁହାଯାଉଛି। ଚାଟରେ ସୁଶାନ୍ତ ପ୍ରଥମେ ଲାରେନ୍‌ଙ୍କୁ ତାଙ୍କ ଭଲମନ୍ଦ ପଚାରିବା ପରେ ତାଙ୍କ ଚଳଚ୍ଚିତ୍ର ବିଷୟରେ ସୂଚନା ଦେଇଥିଲେ। ଏହାପରେ ଲାରେନ୍‌ ବି ତାଙ୍କ ସିନେମା ବିଷୟରେ କିଛି କଥା ହୋଇଥିଲେ।

एक्‍टर ने कही थी स्‍ट्रगल की बात

କିଛିସମୟ ଦୁହେଁ ବାର୍ତ୍ତାଳାପ କରିବା ପରେ ସୁଶାନ୍ତ ଲେଖିଛନ୍ତି, ‘ତୁମେ ଜାଣିଛ ଟିଭିରୁ ଚଳଚ୍ଚିତ୍ର ଆସିବା ବହୁତ କଷ୍ଟସାଧ୍ୟ ଥିଲା। କିନ୍ତୁ ମୋର ପସନ୍ଦ ହେତୁ ମୁଁ ବଞ୍ଚି ପାରିଲି। ପ୍ରଥମେ ଆପଣଙ୍କୁ ନିଜକୁ କନ୍‌ଭିନ୍ସ କରିବାକୁ ପଡିବ । ଯଦି ମୋ ପରି ଜଣେ ସାଧାରଣ ଦେଖାଯାଉଥିବା ବ୍ୟକ୍ତି, ସାଧାରଣ ପ୍ରତିଭା ଏଠାରେ ଏକ ସ୍ଥାନ ସୃଷ୍ଟି କରିପାରିଛି। ତେବେ ଭାବ ସବୁ କିଛି ସମ୍ଭବ । ତୁମ ପାଖରେ ତ ସବୁକିଛି ଅଛି । ପ୍ରତିଭା ଅଛି କ୍ୟାଲେବର୍‌ ଅଛି। ନିଜକୁ ପ୍ରମାଣ କରିବା ପାଇଁ ମୋ ପାଇଁ ଏବେ ବହୁତ ଲମ୍ବା ରାସ୍ତା ପଡ଼ିଛି।

ସମ୍ବନ୍ଧିତ ଖବର