ରାଖୀରେ ସୁଶାନ୍ତଙ୍କ ଭଉଣୀଙ୍କ ଲୁହଭିଜା ଚିଠି

ଧନରେ…
ଆଜି ଦିନଟି ମୋର…
ଆଜି ଦିନଟି ତୋର…
ଆଜି ଆମ ଉଭୟଙ୍କ ଦିନ।
ଆଜି ବା ରାଖୀ।।

‘୩୫ ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ଏମିତି ଘଟିଛି। ଆରତି ପାଇଁ ଦୀପ ଜଳୁଛି। ଟିକା ପାଇଁ ହଳଦୀ-ଚନ୍ଦନ ବି ଅଛି। ମିଠା ଅଛି। ରାଖି ବି ଅଛି। କିନ୍ତୁ ତୋ ଚେହେରା ନାହିଁ, ଯାହାକୁ ଦେଖି ମୁଁ ବନ୍ଦାପନା କରିପାରିବି। ସେ କପାଳ ନାହିଁ, ଯେଉଁଥିରେ ମୁଁ ଛୋଟ ଟିପାଟିଏ ଲଗାଇଦେବି। ସେହି ହାତ ବି ନାହିଁ, ଯେଉଁଥିରେ ମୁଁ ରାଖୀ ବାନ୍ଧିପାରିବି କି ସେହି ପାଟି ବି ନାହିଁ, ଯେଉଁଥିରେ ମିଠା ଖୁଆଇ ପାରିବି। ସେହି କପାଳ ନାହିଁ, ଯେଉଁଥିରେ ମୁଁ ଚୁମ୍ବନ ଦେବି। ସେ ଭାଇ ଆଜି ନାହିଁ, ଯାହାକୁ ମୁଁ ଆଲିଙ୍ଗନ କରିପାରିବି। ବହୁ ବର୍ଷ ପୂର୍ବେ, ଯେତେବେଳେ ତୁ ଆସିଥିଲୁ, ଜୀବନ ଆମ ଉଜ୍ଜ୍ୱଳ ହୋଇଉଠିଥିଲା। ଯେତେବେଳେ ତୁ ଥିଲୁ, ସେତେବେଳେ ଖାଲି ଆଲୋକ ଥିଲା। ବର୍ତ୍ତମାନ ଯେତେବେଳେ ତୁ ନାହୁଁ, ବୁଝିହେଉନି ମୁଁ କ’ଣ କରିବି? ମୁଁ ତୋ ବିନା ବଞ୍ଚିପାରିବି ନାହିଁ। ଏହା ଘଟିବ ବୋଲି କେବେ ଭାବି ନଥିଲି। ଏହି ଦିନ ଥିବ କିନ୍ତୁ ତୁ ନଥିବୁ। ଆମେ ଏକାଠି ଅନେକ ଜିନିଷ ଶିଖିଛେ। ମୁଁ ତୋ‌ ବିନା ଏକାକୀ ରହିବି କେମିତି। ତୁ ହିଁ କହ।’ ଆଜି ପବିତ୍ର ରାଖୀ ଅବସରରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଝୁରି ଝୁରି ତାଙ୍କ ବଡ଼ ଭଉଣୀ ରାଣୀ ଏହି ଲୁହ ଭରା ଚିଠି ଲେଖିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ଭାବାପୂର୍ଣ୍ଣ ଚିଠି ଲେଖି ସୁଶାନ୍ତଙ୍କ ଦୁଇ ଭଉଣୀ ରାଣୀ ଓ ଶ୍ବେତା ସିଂହ କୀର୍ତ୍ତି ସୁଶାନ୍ତଙ୍କୁ ମନ ପକାଇଛନ୍ତି।

ସମ୍ବନ୍ଧିତ ଖବର