ସୋ’ ପ୍ରଦର୍ଶନ ହେବାର ୧୦ ମିନିଟ୍ ପୂର୍ବରୁ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଉପରେ ଲାଗିଲା ରୋକ, ଦୁଃଖରେ ଫେରିଲେ ଦର୍ଶକ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଆଧିରିତ ଚଳଚ୍ଚିତ୍ର ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ର ରିଲିଜ୍ ଶୁକ୍ରବାର ହୋଇଥିବା ବେଳେ କୋଲକାତା ଏବଂ ଲୁଧିୟାନାରେ ଏହାର ପ୍ରଦର୍ଶନ ଉପରେ ରୋକ ଲଗାଯାଇଛି। ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କ ପକ୍ଷରୁ ଚଳଚ୍ଚିତ୍ରର ପ୍ରଦର୍ଶନକୁ ବିରୋଧ କରାଯାଇଛି। ସୁରକ୍ଷା କାରଣରୁ ହିଁ ପ୍ରଦର୍ଶିତ ହେବାକୁ ଥିବା ସୋ’କୁ ବନ୍ଦ କରି ଦିଆଯାଇଛି ବୋଲି ସୂଚନା ରହିଛି। ବିଜୟ ରତ୍ନାକର ଗୁଟ୍ଟେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମନମୋହନ ସିଂହଙ୍କ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ଅନୁପମ ଖେର।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କୋଲକାତାର ଚାନ୍ଦିନୀ ଚୌକ ଅଞ୍ଚଳର କିଛି ଦର୍ଶକଙ୍କ କହିବା ଅନୁଯାୟୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାର ୧୦ ମିନିଟ୍ ପୂର୍ବରୁ ସୋ’ ବନ୍ଦ କରି ଦିଆଯାଇଛି। କୋଲକାତାର ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ଜଣାଇଛନ୍ତି ଯେ ସିନେମା ହଲ୍ ବାହାରେ ଯେଉଁ ଭଳି ପରିସ୍ଥିତି ଥିଲା, ସୋ’ ବନ୍ଦ କରିବା ନିହାତି ଆବଶ୍ୟକ ହୋଇ ପଡ଼ିଥିଲା। ସେହିପରି କଂଗ୍ରେସର ଲୁଧିଆନାଠାରେ କଂଗ୍ରେସ କର୍ଯ୍ୟକର୍ତ୍ତାଙ୍କ ବିରୋଧ ପ୍ରଦର୍ଶନ ପରେ ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ରୋକ ଲଗାଯାଇଛି।