କର୍କଟ ପୀଡ଼ିତ ମହିମାଙ୍କୁ ଏଭଳି ଭାବେ ସାହାଯ୍ୟ କରିଥିଲେ କପିଲ, ଧନ୍ୟବାଦ ଜଣାଇଲେ ଅଭିନେତ୍ରୀ

ମୁମ୍ବାଇ: ନିକଟରେ ଭାରତର ଲୋକପ୍ରିୟ କମେଡି ସୋ’ କପିଲ ଶର୍ମାଙ୍କ ସୋ’ରେ ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ ନଜର ଆସିଥିଲେ। ମହିମାଙ୍କ ସହ ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା ମଧ୍ୟ ସୋ’କୁ ଆସିଥିଲେ। କପିଲଙ୍କ ସହ ମିଶି ୨ଜଣ ବହୁତ ମଜା କରିଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖାଯାଇଛି। କପିଲ ତାଙ୍କୁ କିଭଳି ଭାବେ କର୍କଟ ରୋଗ ସହ ଲଢ଼ିବା ପାଇଁ ସାହାଯ୍ୟ କରିଥିଲେ, ସୋ’କୁ ଆସି ତାହା ଜଣାଇଥିଲେ ମହିମା।

ମହିମା କହିଥିଲେ ଯେ,  କପିଲ, ମୋର ସୁସ୍ଥ ହେବା ପଛର କାରଣ ହେଉଛ ତୁମେ। ମୁଁ କିଛି ବର୍ଷ ତଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲି। ତେଣୁ ଏଭଳି ପରିସ୍ଥିତିରେ ମୁଁ ନିଜକୁ ଅବସାଦମୁକ୍ତ ଏବଂ ଖୁସି ରଖିବା ପାଇଁ କେବଳ ଏବଂ କେବଳ କମେଡି ଦେଖୁଥିଲି। ମୋତେ ଖୁସି ରହିବା ପାଇଁ ଏବଂ ବହୁତ ହସିବା ପାଇଁ ଡାକ୍ତର କହିଥିଲେ। ହେଲେ କର୍କଟ ଭଳି ରୋଗରେ ପୀଡ଼ିତ ହୋଇ ତାହା କରିବା ସମ୍ଭବ ନଥିଲା। ଏହି ସମୟରେ ମୁଁ ତୁମର ସୋ’ ଦେଖିବା ଆରମ୍ଭ କଲି। ତୁମ କମେଡି ସୋ’ ମୋତେ ଖୁସି ଦେଇଥିଲା। ଏହି କାରଣରୁ ମୁଁ କେବେ ଶୋଇପଡ଼ିଲି ଏବଂ କେବେ ଏହି ରୋଗକୁ ହରାଇ ପୁଣି ଥରେ ଛିଡା ହୋଇଗଲି ତାହା ଜଣାପଡ଼ିଲା ନାହିଁ।

ତେବେ ମହିମା ଚୌଧୁରୀଙ୍କ ବ୍ୟତୀତ ମନୀଷା କୋଇରାଲା ମଧ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ମନୀଷା ଏବଂ ମହିମା କର୍କଟମୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର