କାଶ୍ମୀର ଫାଇଲ୍ସର ସଫଳତାକୁ ନେଇ ସଲମାନଙ୍କ ବ୍ୟତୀତ ଏହି ସବୁ ତାରକା ଜଣାଇଛନ୍ତି ଶୁଭେଚ୍ଛା

ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ସାରା ଦେଶରେ ହଲ୍ଲା ମଚାଇଥିବା ବେଳେ ଅନେକ ଲୋକପ୍ରିୟ ବଲିଉଡ୍‌ ତାରକା ଚଳଚ୍ଚିତ୍ରର ସଫଳତାକୁ ନେଇ ନିଜର ଖୁସି ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଚଳଚ୍ଚିତ୍ରଟି ରିଲିଜ୍‌ ହେବାର ତୃତୀୟ ସପ୍ତାହରେ ପ୍ରାୟ ୨୫୦ କୋଟିର ବେପାର କରିବାରେ ସମର୍ଥ ହୋଇଛି। ଚଳଚ୍ଚିତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା କଳାକାର ଅନୁପମ୍‌ ଖେର୍‌ଙ୍କୁ ପୂର୍ବରୁ ଆମୀର ଖାନ୍‌, ଅକ୍ଷୟ କୁମାର, କଙ୍ଗନା ରାଣାୱତ୍‌, ଆମୀ ଗୌତମୀ, ତାପସୀ ପାନ୍ନୁ ଆଦି ଶୁଭେଚ୍ଛା ଜଣାଇ ସାରିଥିବା ବେଳେ ସୁପର୍‌ଷ୍ଟାର୍‌ ସଲମାନ କିପରି ପ୍ରତିକ୍ରିୟା ରଖିଛନ୍ତି ସେ ନେଇ ଦର୍ଶକଙ୍କ ମନରେ ଉତ୍ସୁକତା ରହିଥିଲା।

ନିକଟରେ ଏକ ସାକ୍ଷାତ୍‌କାରରେ ସେ ସଂପର୍କରେ କହିଛନ୍ତି ଅନୁପମ୍‌ ଖେର୍‌। ସଲମାନ ଖାନ୍‌ ତାଙ୍କ ଚଳଚ୍ଚିତ୍ରକୁ ଦେଖିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅନୁପମ୍‌ଙ୍କୁ ଭେଟିଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ସଲମାନ ଚଳଚ୍ଚିତ୍ରଟିକୁ ଦେଖିବା ପରେ ଅନୁପମ୍‌ଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିବା ଅନୁପମ୍‌ ପ୍ରକାଶ କରିଛନ୍ତି।

Koimoi

ଏପଟେ  ‘ଦ କଶ୍ମୀର ଫାଇଲ୍ସ’ ପରେ ଆସୁଛି ‘ଦ କେରଳ ଷ୍ଟୋରୀ’। ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରରେ କଶ୍ମୀର ପଣ୍ଡିତଙ୍କ ଅତ୍ୟାଚାର ପରେ ଏବେ କେରଳରେ ଗତ ୧୦ ବର୍ଷରେ ୩୨ ହଜାର ଝିଅ ନିଖୋଜ ହେବା ଓ ଏହା ପଛରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ହାତ ଥିବା ଘଟଣାକୁ ବଡ ପରଦାରେ ପ୍ରଦର୍ଶିତ କରାଯିବ।

ଏହି ଚଳଚ୍ଚିତ୍ରର ନାମ ‘ଦ କେରଳ ଷ୍ଟୋରୀ’ ରଖାଯିବ। ସୁଦୀପ୍ତ ସେନ୍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇବେ। ମଙ୍ଗଳବାର ଏହା ଘୋଷଣା କରାଯାଇଛି। ଚଳଚ୍ଚିତ୍ରଟି ମାନବ ଚାଲାଣ,  ଆଇଏସଆଇଏସ ଦ୍ଵାରା ଝିଅମାନଙ୍କ ଚାଲାଣ, ତାଙ୍କୁ ନିଜ ପୁଅମାନଙ୍କ ସହ ବିବାହ, ଧର୍ମ ପରିବର୍ତ୍ତନ ସହ ଜଡିତ ବିଷୟ ଉପରେ ଆଧାରିତ ହେବ।

 

ସମ୍ବନ୍ଧିତ ଖବର