ଏକାସାଙ୍ଗେ ତିନିଟି ସିନେମା ସାଇନ୍‌ କଲେ ଏହି ଅଭିନେତାଙ୍କ ପୁଅ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସୁନୀଲ ସେଟ୍ଟିଙ୍କ ପୁଅ ଅହାନ୍‌ ଖୁବ୍‌ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଗୋଟିଏ ସିନେମାରେ ନୁହେଁ ,ବରଂ ଏକାସଙ୍ଗେ ତିନିଟି ସିନେମାର ଡିଲ କରିଥିବା କୁହାଯାଉଛି। କୁହାଯାଉଛି ଯେ ସବୁ ଫିଲ୍ମର ସମସ୍ତ ଡିଲ୍‌ ଫାଇନାଲ୍‌ ହୋଇଯାଇଛି। କେବଳ ଅଫିସିଆଲ୍‌ ଘୋଷଣାକୁ ଅପେକ୍ଷା। ଏହି ନାମକରଣ ହୋଇନଥିବା ସିନେମାର କିଏ ନିର୍ଦ୍ଦେଶନା ଦେବେ ଏବଂ କିଏ ନାୟିକା ବନିବେ ତାକୁ ନେଇ ସସପେନସ୍‌ ଜାରି ରହିଛି। ପ୍ରଥମେ ଅହାନ୍‌ ଯେଉଁ ସିନେମାରେ କାମ କରିବେ ତାହା ଏକ ସଫ୍ଟ ରୋମାଣ୍ଟିକ୍‌ ସିନେମା ହେବ କି ଆକସନ୍‌ ଥ୍ରିଲର୍‌ ହେବ ତାହା ଜଣାପଡ଼ିନାହିଁ ।


ଏଣେ ଚର୍ଚ୍ଚା ହେଉଛି ଯେ ବିଖ୍ୟାତ ପ୍ରଯୋଜକ ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ଏକ ଆକ୍ସନ୍‌ ଥ୍ରିଲରରୁ କ୍ୟାରିଅର୍‌ ଆରମ୍ଭ କରିବେ । ଏହି ଫିଲ୍ମର ପ୍ରାକ୍‌ ପ୍ରସ୍ତୁତି ଲାଗି ନିର୍ମାତା ଅହାନଙ୍କୁ ଲଣ୍ଡନ୍‌ ପଠାଇ ଆକ୍ସନ୍‌ ଟ୍ରେନିଂ ଦିଆଇଥିଲେ ।ଯାହା ଜଣାପଡ଼ୁଛି ସୁନୀଲଙ୍କ ପୁଅ ନିଜର ଫିଲ୍ମ କ୍ୟାରିଅର୍‌କୁୁ ନେଇ ବେଶୀ ସିରିଅସ୍‌ ଅଛନ୍ତି । ଗତ ସପ୍ତାହରେ ପିତା ସୁନୀଲ ସେଟ୍ଟିଙ୍କ ସହ ପୁଅ ଅହାନ୍‌ ସାଜିଦ୍‌ ନାଡିଆଡଓ୍ଵାଲାଙ୍କୁ ତାଙ୍କ ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ଭେଟିଥିଲେ।

ସମ୍ବନ୍ଧିତ ଖବର