‘ଟାଇଗର୍‌ ଜିନ୍ଦା ହୈ’ର ଆୟ କେତେ ଜାଣନ୍ତୁ

ଗତ ଡିସେମ୍ବର ୨୨ ତାରିଖରେ ରିଲିଜ୍‌ ହୋଇଥିବା ସଲ୍‌ମାନ୍‌ ଖାଁଙ୍କ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ର ଆୟ ୩୩୦ କୋଟିକୁ ଅତିକ୍ରମ କରି ଯାଇଛି। ଏହା ସହିତ ଫିଲ୍ମଟି ୨୦୧୭ ବର୍ଷର ସବୁଠୁ ସଫଳ ବଲିଉଡ୍‌ ଫିଲ୍ମର ମାନ୍ୟତା ହାସଲ କରି ନେଇଛି। ୩୦୦ କୋଟିକୁ ଅତିକ୍ରମ କରିବାରେ ‘ବଜରଙ୍ଗୀ ଭାଇଜାନ୍‌’ ଓ ‘ସୁଲ୍‌ତାନ୍‌’ ପରେ ଏ ହେଉଛି ସଲ୍‌ମାନ୍‌ଙ୍କର ତୃତୀୟ ଫିଲ୍ମ। ଫିଲ୍ମଟିକୁ ସାଧାରଣ ଦର୍ଶକଙ୍କ ସମେତ ସମାଲୋଚକମାନେ ମଧ୍ୟ ପ୍ରଶଂସା କରିଛନ୍ତି।

ରିଲିଜ୍‌ ହେବାର ଦେଢ଼ମାସ ପରେ ମଧ୍ୟ ଏହାକୁ ନେଇ ଲୋକଙ୍କ ଉତ୍ସାହ ଆଦୌ କମିନାହିଁ। ଯଦିଓ ‘ପଦ୍ମାବତ୍‌’ ଓ ‘ପ୍ୟାଡ୍‌ ମ୍ୟାନ୍‌’ ଯୋଗୁ ‘ଟାଇଗର୍‌ ଜିନ୍ଦା ହୈ’ର ଆୟ କମି ଯାଇଛି। ଦେଖିବାକୁ ବାକି ରହିଲା ଯେ ପ୍ରାଥମିକ କୌତୂହଳ ଓ ଚର୍ଚ୍ଚା ଥଣ୍ଡା ପଡ଼ିଯିବା ପରେ ଏ ଫିଲ୍ମଟି ଅମିର୍‌ ଖାଁଙ୍କ ‘ପିକେ’ ଓ ‘ଦଙ୍ଗଲ୍‌’ ଭଳି ଆହୁରି କେତେ ବ୍ୟବସାୟ କରୁଛି!

ସମ୍ବନ୍ଧିତ ଖବର