ଟେଲିଭିଜନ ଅଭିନେତ୍ରୀଙ୍କୁ ହଇରାଣ କଲା ଓଲା କ୍ୟାବ୍‌ ଡ୍ରାଇଭର୍‌

ନୂଆଦିଲ୍ଲୀ : ‘ସସୁରାଲ ସିମର କା’ ଧାରାବାହିକର ଅଭିନେତ୍ରୀ ଦୀପିକା କକ୍କଡ଼ ନିକଟରେ ଓଲା କ୍ୟାବ୍‌ ସହ ତାଙ୍କର ଖରାପ ଅଭିଜ୍ଞତାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । କ୍ୟାବ ଚାଳକ ଜଣଙ୍କ ଦୀପିକାଙ୍କୁ ଏତେ ମାତ୍ରାରେ ହଇରାଣ କରିଥିଲେ ଯେ ସେ ରାଗରେ ଶେଷକୁ ଓଲା ଆପ୍‌କୁ ହିଁ ଡ଼ିଲିଟ କରି ଦେଇଛନ୍ତି । ଦୀପିକାଙ୍କ ଟ୍ଵିଟ୍‌ “ଆମ ସହରରେ ଗୋଟିଏ ଦିନ ମଧ୍ୟ ନିଜ ଗାଡ଼ି ବିନା ବଞ୍ଚିବା ଅସମ୍ଭବ ହୋଇ ଗଲାଣି । ଓଲା କ୍ୟାବ ଚାଳକ ଜଣଙ୍କ ମତେ ଗାଡ଼ିରେ ବସାଇବା ପରେ ବହୁତ ଖରାପ ଭାବେ ଗାଡ଼ିଟି ଚଲାଇଥିଲେ । ମୁଁ ଯେତେବେଳେ ତାଙ୍କୁ ଆରାମରେ ଗାଡ଼ି ଚଳାନ୍ତୁ କହିଲି ସେ ଗାଡ଼ିଟିକୁ ମଝି ରାସ୍ତାରେ ରଖି ମତେ ଗାଡ଼ିରୁ ବାହାରି ଯିବା ପାଇଁ କହିଲେ । ମୋ ସହିତ ଏହା ଦ୍ୱିତୀୟ ଥର ପାଇଁ ହେଲା , ଧନ୍ୟବାଦ ଓଲାକ୍ୟାବ, ମୁଁ ତୁରନ୍ତ ଏହି ଆପ୍‌କୁ ଡ଼ିଲିଟ କରୁଛି । ”

 ଦୀପିକା ପ୍ରଥମ କଳାକାର ନୁହଁନ୍ତି ଯାହାଙ୍କ ସାଙ୍ଗରେ ଏପରି ଘଟଣା ଘଟିଛି । ପୂର୍ବରୁ ମଧ୍ୟ ହାସ୍ୟକଳାକାର ତଥା ଅଭିନେତ୍ରୀ ମଲ୍ଲିକା ଦୁଆଙ୍କ ସହିତ ଏପରି ହୋଇ ସାରିଛି । ତାଙ୍କର ଉବର କ୍ୟାବ ଚାଳକଙ୍କ ସହ ଏସିର ତାପମାତ୍ରା ବଢ଼ାଇବାକୁ ନେଇ କଥା କଟାକଟି ହୋଇଥିଲା । ଏହା ପରେ ମଲ୍ଲିକା କ୍ୟାବରୁ ଓହ୍ଲାଇ ଯାଇଥିଲେ । ଦୀପିକାଙ୍କ ଏହି ପୋଷ୍ଟକୁ ତାଙ୍କର ପ୍ରଂଶସକ ସମର୍ଥନ କରିବା ସହ କ୍ୟାବ ଚାଳକଙ୍କ ଉପରେ ଆଇନଗତ ପଦକ୍ଷେପ ନେବା ପାଇଁ ସୂଚନା ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର