ଏହି ଗମ୍ଭୀର ରୋଗ ପାଇଁ ଶରୀର ଉପରୁ ସନ୍ତୁଳନ ହରାଇଛନ୍ତି ବରୁଣ, ଚାଲିବା ବି ହୋଇଛି କଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନଙ୍କ ଫିଲ୍ମ ଭେଡିଆ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ବରୁଣ ମୁଖ୍ୟ ଭୂମିକାରେ ନଜର ଆସିବା ସହ ତାଙ୍କୁ ପ୍ରଥମ ଥର ପାଇଁ ଗଧିଆ ରୂପରେ ଦେଖିବାକୁ ମିଳିବ। ତାଙ୍କର ବିପକ୍ଷରେ ଅଭିନେତ୍ରୀ ଅଛନ୍ତି କ୍ରିତି ସାନନ୍। ଆଗକୁ ଫିଲ୍ମ ରିଲି ହେବାକୁ ଥିବା ବେଳେ ଏବେ ବରୁଣ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ବରୁଣ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏକ ଖବରକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି।

ସେ କହିଛନ୍ତି ଯେ, ମୁଁ ଭେଷ୍ଟିବୁଲାର ହାଇପୋଫଙ୍କସନ ନାମକ ଏକ ରୋଗରେ ପୀଡିତ। କରୋନା ଲକଡାଉନ ସମୟ‌ରେ ଏହି ରୋ‌ଗରେ ପୀଡ଼ିତ ଥିବା ମୁଁ ଜାଣିବାକୁ ପାଇଥିଲି। ଏହି ରୋଗ ହେଲେ ଜଣେ ବ୍ୟକ୍ତି ନିଜ ଶରୀର ଉପରୁ ସନ୍ତୁଳନ ହରାଇଥାଏ। କରୋନା ମହାମାରୀ ପରେ ଯେତେବେଳେ ଲକଡାଉନ ‌ ଧୀରେ ଧୀରେ ଖୋଲିବା ଆରମ୍ଭ ହେଲା, ସେତେବେଳେ ମୋତେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। କାମ କରିବାକୁ ଇଚ୍ଛା ହେଉନଥିବା ସହ ବହୁ କଷ୍ଟରେ ମୋତେ ଘର ବାହାରକୁ ଆସିଥିବାକୁ ପଡ଼ିଥିଲା। ଜୁଗ ଜୁଗ ଜିଓର ସୁଟିଂ ସେଟକୁ ଯିବା ପାଇଁ ମୋତେ ନିଜ ଉପରେ ବହୁତ ଚାପ ପକାଇବାକୁ ପଡ଼ିଥିଲା। ଇଚ୍ଛା ନଥାଇ ମୋତେ ଯିବାକୁ ପଡ଼ୁଥିଲା। ହେ‌ଲେ ଏବେ ମୋତେ ଭେଷ୍ଟିବୁଲାର ହାଇପୋଫଙ୍କସନ ହୋଇଥିବା ଜାଣି ମୁଁ ଏହାକୁ ଗ୍ରହଣ କରିଛି। କଷ୍ଟ ହେ‌ଲେ ବି ମୁଁ ମୋ ଶରୀର ଉପରେ ସନ୍ତୁଳନ ରଖିବାକୁ ଚେଷ୍ଟା କରୁଛି।

ସମ୍ବନ୍ଧିତ ଖବର