ସୁଟିଂ ସେଟ୍‌ରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବରୁଣ ଧାଓ୍ଵନ୍‌

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ଵନ୍‌ ସିନେମା ‘କୁଲି ନମ୍ବର ଓ୍ଵାନ୍‌’ର ସୁଟିଂ ସମୟରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏହି ଦୁର୍ଘଟଣା ଏକ ଷ୍ଟଣ୍ଟ ମାରିବା ଭୁଲ ହୋଇଯିବାରୁ ଘଟିଥିବା କଥା କୁହାଯାଉଛି।

ବରୁଣ ପୁନେର ବାହ୍ୟ ଅଞ୍ଚଳରେ ‘କୁଲି ନମ୍ବର ଓ୍ଵାନ୍‌’ର ସୁଟିଂ କରୁଛନ୍ତି। ଏହି ସିନେମାର ସୁଟିଂ ସମୟରେ ଏକ ଦୃଶ୍ୟରେ ତାଙ୍କୁ ଷ୍ଟଣ୍ଟ ମାରିବାର ଥିଲା। ଏହି ଷ୍ଟଣ୍ଟଟି ଥିଲା ଏପରି, ସିଏ କାର ଭିତରେ ଥିବେ ଏବଂ କାରଟି ପାହାଡରେ ଲଟକି ରହିଥିବ। ସୁଟିଂ ସମୟରେ ବରୁଣଙ୍କୁ କାର ଭିତରୁ କିଛି କ୍ଲୋଜଅପ୍‌ ସଟ୍‌ ଦେବାର ଥିଲା। କିନ୍ତୁ ହଠାତ କାରର ଦ୍ୱାର ଜାମ ହୋଇଯାଇଥିଲା ଆଉ ସେ କାର ଭିତରେ ଫସି ଯାଇଥିଲେ।

ଷ୍ଟଣ୍ଟର ସୁଟିଂ ସମୟରେ ସମସ୍ତ ପ୍ରକାର ସୁରକ୍ଷା ଉପରେ କଡ଼ାକଡ଼ି ନଜର ରଖାଯାଇଥିଲା। କିନ୍ତୁ ହଠାତ ସବୁକିଛି ଓଲଟପାଲଟ ହୋଇଯାଇଥିଲା। କିନ୍ତୁ ଏହି ସମୟରେ ବରୁଣ ବିଚଳିତ ନହୋଇ ଶାନ୍ତିର ସହ ରହିଥିଲେ, ଏବଂ ଯେପର୍ଯ୍ୟନ୍ତ ଷ୍ଟଣ୍ଟମ୍ୟାନ୍‌ ତାଙ୍କୁ କାରରୁ ବାହାରକୁ ବାହାର ନକରିଥିଲେ ସେ ପର୍ଯ୍ୟନ୍ତ ବରୁଣ ଅପେକ୍ଷା କରି ରହିଥିଲେ। ବହୁ ଚେଷ୍ଟା ପରେ ବରୁଣଙ୍କୁ ସୁରକ୍ଷିତ ଭାବେ ଝୁଲିଥିବା କାରରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର