ବିନା ହେଲମେଟରେ ବୁଲେଟ ଚଳାଉଥିଲେ ବରୁଣ, ଚାଲାଣ କାଟିଲା କାନପୁର ପୁଲିସ

କାନପୁର: ବିନା ହେଲମେଟରେ ବୁଲେଟ ଚଳାଉଥିଲେ ବଲିଉଡ ଅଭିନେତା ବରୁଣ ଧୱନ। ଭିଡିଓ ଭାଇରାଲ ହେବା ପରେ ଚାଲାଣ କାଟିଲା କାନପୁର ପୁଲିସ। ତେବେ ବରୁଣ ଫିଲ୍ମର ସୁଟିଂ ପାଇଁ ଏବେ କାନପୁରରେ ଥିବା ବେଳେ ତାଙ୍କ ସହ ଏଭଳି ଘଟିଛି।

ଏହି ଘଟଣାକୁ ନେଇ କାନପୁର ଟ୍ରାଫିକ ପୁଲିସର ଡିସିପି କହିଛନ୍ତି ଯେ, ଆମେ ବାଇକର ପଞ୍ଜୀକରଣ ନମ୍ବରରେ ଚାଲାଣ କାଟିଛୁ। ହେଲମେଟ ନପିନ୍ଧି ଗାଡ଼ି ଚଳାଉଥିବାରୁ ଚାଲାଣ କଟାଯାଇଛି। ଏହା ସହ ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ୍ ମଧ୍ୟ ଟ୍ରାଫିକ୍ ନିର୍ଦ୍ଦେଶାବଳୀକୁ ଉଲଂଘନ କରିଥିବାରୁ ଆମେ ଚାଲାଣ କାଟିଛୁ। ଯେ କେହି ବି ନିୟମ ଉଲଂଘନ କଲେ ତା’ର ଚାଲାଣ କଟାଯିବ।

ସୂଚନା ମୁତାବକ, ଉତ୍ତରପ୍ରଦେଶର କାନପୁରରେ ବରୁଣ ଧୱନ ତାଙ୍କ ଚଳଚ୍ଚିତ୍ର ବୱାଲ ପାଇଁ ସୁଟିଂ କରୁଛନ୍ତି। ସାଜିଦ ନାଦିଆଦୱାଲା ତାଙ୍କ ବ୍ୟାନରରେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଏଥି ସହିତ ଦଙ୍ଗଲ ଫିଲ୍ମର ନିର୍ଦ୍ଦେଶକ ନୀତେଶ ତିୱାରୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ବୱାଲ ଫିଲ୍ମର ସୁଟିଂ ସ୍ଥାନ ଭାବରେ ନୀତେଶ କାନପୁରକୁ ବାଛିଛନ୍ତି। ଏହାପୂର୍ବରୁ ଫିଲ୍ମର ସୁଟିଂ ଲକ୍ଷ୍ନୌରେ କରିବାକୁ ନିର୍ଦ୍ଦେଶକ ଚିନ୍ତା କରିଥିଲେ, ହେଲେ ପରେ ସ୍ଥାନ ବଦଳାଯାଇଥିଲା।

ସମ୍ବନ୍ଧିତ ଖବର