କରୋନାରେ ପ୍ରାଣ ହରାଇଲେ ଲୋକପ୍ରିୟ ଅଭିନେତା ସତିଶ କୌଲ୍, ମହାଭାରତରେ ଆସିଥିଲେ ନଜର

ମୁମ୍ବାଇ: ଗୁଡ଼ାଏ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିବା କାଳକାର ସତିଶ କୌଲ୍‌ କରୋନାରେ ପ୍ରାଣ ହଜାଇଛନ୍ତି। ସେ ବିଆର୍‌ ଚୋପ୍ରାଙ୍କ ‘ମହାଭାରତରେ’ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଗତବର୍ଷ ଲକ୍‌ଡାଉନ୍‌ରେ ଏହି ଅଭିନେତା ଜଣକ ଆର୍ଥିକ ସମସ୍ୟା ଦେଇ ଗତି କରିବା ପରେ ନିଜର ପ୍ରଶଂସକମାନଙ୍କଠାରୁ ସହାୟତା ଲୋଡ଼ିଥଲେ। ଏଭଳି ଭାବେ ଅଚାନକ କରୋନାରେ ତାଙ୍କର ମୃତ୍ୟୁ ଘଟିବା ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଦେଇଛି।

ସେ ଲୁଧିଆନାରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସତିଶ ମୁଖ୍ୟତଃ ଅନେକ ପଞ୍ଜାବୀ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ସମୁଦାୟ ସେ ପ୍ରାୟ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିବା ବେଳେ ସେଥିମଧ୍ୟରୁ ୮୫ଟି ରହିଛି ଫିଚର୍‌ ଫିଲ୍ମ। ସେ ‘କର୍ମ’, ‘ପ୍ରେମ ପର୍ବତ’, ‘ୱାରେଣ୍ଟ୍‌’, ‘ଗୁନା‌ହୋ କା ଫୈସଲା’, ‘ଭକ୍ତି ମୈ ଶକ୍ତି’, ‘ଡ୍ୟାନ୍ସ ଡ୍ୟାନ୍ସ’, ‘ରାମ ଲକ୍ଷନ’ ଏବଂ ‘ପ୍ୟାର୍‌ ତୋ ହୋନା ହି ଥା’ ଆଦି ହିନ୍ଦୀ ଚଳଚ୍ଚିତ୍ରରେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର