‘ଶୋଲେ’ର ‘କାଲିଆ’ ବିଜୁ ଖୋଟେଙ୍କ ଦେହାନ୍ତ

ମୁମ୍ବାଇ: ସୋମବାର ଦିନ ୭୭ ବର୍ଷ ବୟସରେ ହିନ୍ଦୀ ଚଳଚ୍ଚିତ୍ର ‘ଶୋଲେ’ରେ ‘କାଲିଆ’ ଭୂମିକାରେ ଅଭିନୟ କରିଥିବା ବର୍ଷିୟାନ ବଲିଉଡ୍‌ ଅଭିନେତା ବିଜୁ ଖୋଟେ ପରଲୋକ ଗମନ କରିଛନ୍ତି।

ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ବିଜୁ ମୁମ୍ବାଇସ୍ଥିତ ତାଙ୍କ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୩୦୦ରୁ ଅଧିକ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ବିଜୁ ୧୯୬୪ ମସିହାରୁ ଚଳଚ୍ଚିତ୍ର ଜଗତ୍‌ରେ କାର୍ଯ୍ୟ କରି ଆସୁଥିଲେ। ‘ଶୋଲେ’ ଛଡ଼ା ‘ଅନ୍ଦାଜ୍‌ ଅପ୍‌ନା ଅପ୍‌ନା’ରେ ରବର୍ଟ ଭୂମିକା ପାଇଁ ମଧ୍ୟରେ ସ୍ମରଣୀୟ ହୋଇ ରହିବେ। ଅଭିନେତା ଶୁଭା ଖୋଟେଏବଂ ଦୁର୍ଗା ଖୋଟେଙ୍କର ସେ ସମ୍ପର୍କୀୟ।

Image Source: Hindustan Times

ଭାରତୀୟ ସିନେମାରେ ‘କାଲିଆ’ ଚରିତ୍ରକୁ ସ୍ମରଣୀୟ ଓ ଅମର କରିଥିବା ବିଜୁ ରମେଶ ସିପ୍ପୀଙ୍କ ‘ଶୋଲେ’ରେ ମାତ୍ର ଦୁଇଟି ସିନ୍‌ ଥିଲା। ତାଙ୍କ ଅଭିନୀତ ଚରିତ୍ରର ଜନପ୍ରିୟତା ସମ୍ବନ୍ଧରେ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ୨୦୧୫ରେ ବିଜୁ କହିଥିଲେ ଦର୍ଶକଙ୍କ ଠାରୁ ମିଳୁଥିବା ଆଦରକୁ ସେ ସୁଖ ପାଆନ୍ତି। ତାଙ୍କ ଭାଷାରେ: ଏହା ଚଳଚ୍ଚିତ୍ରର ବିପୁଳ ଜନପ୍ରିୟତାକୁ ଆଉ ଲୋକେ ‘କାଲିଆ’ ଚରିତ୍ରକୁ ପସନ୍ଦ କରିଥିବା କଥା ଉଲ୍ଲେଖ କରେ।

ପୂର୍ବାହ୍ନ ୧୧ଟା ବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ସମ୍ବନ୍ଧିତ ଖବର