ସୁଟିଂ ସେଟ୍‌ରେ ଦୁର୍ଘଟଣାର ଶିକାର ହେବା ପରେ, ଉଡିଗଲା ‘ଜୋସ୍’ ବାତିଲ ହେଲା ସୁଟିଂ, ମୁହଁରେ ପଡ଼ିଲା ୧୩ଟି ଷ୍ଟିଚ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ବିକି କୌଶଲ ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ର ସଫଳତା ପରେ ଏବେ ଏକ ହରର ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯାହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଭାନୁ ପ୍ରତାପ ସିଂହ । ଫିଲ୍ମର ନାଁ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନଥିବା ବେଳେ ଏହି ଫିଲ୍ମର ସୁଟିଂ ସେଟ୍‌ରେ ଅଭିନେତା ବିକି କୌଶଲ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡ଼ିଛି । ଯାହାଦ୍ୱାରା ତାଙ୍କ ମୁହଁରେ ଗଭୀର ଆଘାତ ଲାଗିବା ସହ ୧୩ଟି ଷ୍ଟିଚ୍‌ ପକା ଯାଇଛି । ଏତେ ବଡ଼ ଦୁର୍ଘଟଣା ପରେ ବିକି ଗୁଜୁରାଟରୁ ମୁମ୍ବାଇ ଫେରି ଆସିଛନ୍ତି । ସେ ଠିକ୍‌ ହେବା ପରେ ହିଁ ସୁଟିଂ ଆରମ୍ଭ କରାଯିବ ।

bollywoodhungama.com

ସୂଚନା ମୁତାବକ, ଫିଲ୍ମର କାହାଣୀ ପାଣି ଜାହାଜକୁ ନେଇ ଥିବା ବେଳେ ଗୁରୁରାଟରେ ଥିବା ଏକ ବନ୍ଦରରେ ଏହାର ସୁଟିଂ ଚାଲୁ ରହିଥିଲା । ରାତି ସମୟରେ ସୁଟିଂ ଚାଲୁଥିବା ବେଳେ ଆକ୍ସନ ଦୃଶ୍ୟ କରୁ କରୁ ବିକିଙ୍କ ଉପରେ ଏକ କବାଟ ଖସି ପଡ଼ିଥିଲା । ଯାହାଦ୍ୱାରା ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଛି ।

ସମ୍ବନ୍ଧିତ ଖବର