କରୋନା ଯୁଦ୍ଧରେ ଆଗେଇ ଆସି ମୁମ୍ବାଇ ପୁଲିସକୁ ଏଭଳି ସାହାଯ୍ୟ କଲେ ବିରୁଷ୍କା

ମୁମ୍ବାଇ: କରୋନା ମହାମାରୀ ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣିଥରେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ଏଇଥର ସେ ମୁମ୍ବାଇ ପୁଲିସର କଲ୍ୟାଣ ପାଇଁ ପତ୍ନୀ ଅନୁଷ୍କା ଶର୍ମା ସହିତ ମିଶି ସାହାଯ୍ୟ କରିଛନ୍ତି।

India – Global News

ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ ଟୁଇଟ କରି କହିଛନ୍ତି, ‘ବିରାଟ କୋହଲି ଓ ଅନୁଷ୍କା ଶର୍ମା ମୁମ୍ବାଇ ପୁଲିସ କର୍ମଚାରୀଙ୍କ କଲ୍ୟାଣ ପାଇଁ ପାଞ୍ଚ-ପାଞ୍ଚ ଲକ୍ଷ ଟଙ୍କା ସାହାଯ୍ୟ କରିଥିବାରୁ ଅଶେଷ ଧନ୍ୟବାଦ। ଆପଣମାନଙ୍କ ଏଭଳି ଯୋଗଦାନ ଦ୍ୱାରା କରୋନା ଭାଇରସ୍‌ ଯୁଦ୍ଧରେ ମୁମ୍ବାଇ ପୁଲିସକୁ ସାହାଯ୍ୟ ମିଳି ପାରିବ।

 

ତେବେ ବିରୁଷ୍କାଙ୍କ ଏହା ପ୍ରଥମ ଦାନ ନୁହେଁ, ଏହା ପୂର୍ବରୁ ପିଏମ୍‌ କେୟାର୍‌ ଫଣ୍ଡ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଭିଡ-୧୯ ଯୁଦ୍ଧ ପାଇଁ ଅର୍ଥ ରାଶି ଦାନ କରିଥିଲେ। କିନ୍ତୁ ସେ କେତେ ରାଶି ଦାନ କରିଥିଲେ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିଲେ।

 

 

View this post on Instagram

 

एकता दिखाएँ, जीवन और देश बचाएँ 🙏🏻‬ ‪@narendramodi

A post shared by AnushkaSharma1588 (@anushkasharma) on

ସମ୍ବନ୍ଧିତ ଖବର