ଷ୍ଟାରଡମ୍‌ର ଲାଭ ଓ କ୍ଷତି ବିଷୟରେ ଜଣାଇଲେ ରିତିକ୍‌

ମୁମ୍ବାଇ : ଗତ ୧୯ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି ଅଭିନେତା ରିତିକ୍‌ ରୋଶନ । ଏହି ୧୯ବର୍ଷ ମଧ୍ୟରେ ସେ ଦର୍ଶକଙ୍କ ମନ ଜାଣି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ଗତ କିଛି ଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ‘ଓ୍ଵାର୍‌’ ରିଲିଜ୍‌ ହୋଇଥିଲା । ଯାହା ୨୦୧୯ର ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା । ତେବେ ୧୯ବର୍ଷର କ୍ୟାରିୟରରେ ତାଙ୍କୁ ଯେଉଁ ଷ୍ଟାରଡମ୍‌ ମିଳିଛି ସେଥିରେ କେତେ ଲାଭ ଓ କେତେ କ୍ଷତି ହୋଇଛି, ତାହା ରିତିକ୍‌ ଜଣାଇଛନ୍ତି ।

Image result for hrithik-roshan"
timesofindia.indiatimes.com

ଏକ ସାକ୍ଷାତକାରରେ, ଷ୍ଟାରଡମ୍‌ ପାଇଁ କିଛି ମୂଲ୍ୟ ଦେବାକୁ ପଡ଼ିଥାଏ କି? ବୋଲି ପ୍ରଶ୍ନ କରାଯିବା ପରେ ସେ ଏହାର ଉତ୍ତରରେ କହିଥିଲେ କି, “ଷ୍ଟାରଡମ୍‌ ପାଇଁ ଆପଣଙ୍କୁ ଦାୟିତ୍ୱ ନେବାକୁ ହେବ । ସମାଜର ଦାୟିତ୍ୱ ଏବଂ ତାକୁ ଠିକ୍‌ ଦିଗରେ ନେବାର ଦାୟିତ୍ୱ କାନ୍ଧରେ ବୋହିବାକୁ ହେବ। ନିଜ ବ୍ୟକ୍ତିଗତ ଜୀବନକୁ ଟିକେ ତ୍ୟାଗ କରିବାକୁ ହେବ। କିନ୍ତୁ ଷ୍ଟାରଡମ ପାଇଁ ଏ ସବୁ କରିବା ବହୁତ କମ । କାରଣ ଷ୍ଟାରଡମ ପାଇଁ ଆମର ଯେତିକି କ୍ଷତି ହୋଇ ନଥାଏ, ତା’ଠାରୁ ଅଧିକ ଲାଭ ଆମକୁ ମିଳିଥାଏ । ତେଣୁ ଏ ନେଇ ମୋର କୌଣସି ଅଭିଯୋଗ କରିବାର ନାହିଁ” ।

ସମ୍ବନ୍ଧିତ ଖବର