ଏପ୍ରିଲରେ ରିଲିଜ୍‌ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ନିର୍ମାଣ ହୋଇଥିବା ୱେବ ସିରିଜ୍‌

ମୁମ୍ବାଇ : ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ନିର୍ମାଣ ହୋଇଥିବା ୱେବ ସିରିଜ୍‌ ମୋଦି । ଇରୋସ୍‌ ନାଓ ତରଫରୁ ୱେବ ସିରିଜ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌ କରାଯିବା ପରେ ଖବରଟି ସାମ୍ନାକୁ ଆସିଛି । ଏହି ୱେବ ସିରିଜ୍‌ରେ ମୋଦିଙ୍କ ପିଲାବେଳର କାହାଣୀଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଭାବେ ଶପଥ ନେଉଥିବା ପର୍ଯ୍ୟନ୍ତର କାହାଣୀ ଦେଖା ଯାଇଛି । ଏହି ସିରିଜ୍‌ର କାହାଣୀ  ସେନ୍ସର ବୋର୍ଡର ସଦସ୍ୟ ମିହିର୍‌ ଭୁଟା ଏବଂ ରାଧିକା ଆନନ୍ଦ ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଉମେଶ ଶୁକ୍ଲା ।

Inkhabar

ୱେବ ସିରିଜ୍‌ର ସୁଟିଂ ଗୁଜୁରାଟ, ସିଦ୍ଧ୍‌ପୁର ଏବଂ ବଦ୍‌ନଗରରେ ହୋଇଥିବା ଜଣା ପଡ଼ିଛି । ଅଭିନେତା ଆଶିଷ ଶର୍ମା ମୋଦିଙ୍କ ଯୁବକ ସମୟର ଦୃଶ୍ୟରେ ନଜର ଆସୁଥିବା ବେଳେ ଦିଗ୍ଗଜ ଅଭିନେତା ମହେଶ ଠାକୁର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରର ଦୃଶ୍ୟରେ ନଜର ଆସିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର