ଏହି କାରଣରୁ ବିବାହର ୫ବର୍ଷ ପରେ ଭିଡିଓ ସେୟାର କଲେ ଦୀପବୀର

ମୁମ୍ବାଇ: ନଭେମ୍ବର ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ | ଇଟାଲିର ଲେକ୍‌ କୋମୋଠାରେ ଦୁହିଁଙ୍କ ବିବାହ ହୋଇଥିଲା | ଏବେ ବିବାହକୁ ୫ବର୍ଷ ପୂରି ସାରିଥିବା ବେଳେ ଦୁହେଁ କିଛି ଦିନ ତଳେ ବିବାହର ଭିଡିଓ ସେୟାର କରିଥିବା ଦେଖାଯାଇଥିଲା | ଏତେ ବିଳମ୍ବରେ ଦୁହେଁ କାହିଁକି ବିବାହର ଭିଡିଓ ସେୟାର କଲେ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହାର କାରଣ ସାମ୍ନାକୁ ଆସିଛି |

ବିବାହରେ ଭିଡିଓ ସୁଟ କରିଥିବା ବିଶାଲ ପଞ୍ଜାବୀ ଏହା କାରଣ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ନଜର ଲାଗିଯିବା କଥାକୁ ବିଶ୍ୱାସ କରନ୍ତି | ସେମାନଙ୍କୁ ଲାଗେ ଯେ, ଯଦି ଆମେ ଆମର ବ୍ୟକ୍ତିଗତ ଜିନିଷକୁ ଲୋକଙ୍କ ସହ ସେୟାର କରିବା ତେବେ ନଜର ଲାଗିଯିବ | ବୋଧହୁଏ ଏହି କାରଣରୁ ରଣବୀର-ଦୀପିକାଙ୍କୁ ବିବାହ ଭିଡିଓ ସେୟାର କରିବାକୁ ଏତେ ସମୟ ଲାଗିଲା | ମୋତେ ଲାଗୁଥିଲା ସେ କେବେ ବି ଭିଡିଓ ସେୟାର କରିବେ ନାହିଁ | ହେଲେ ଶେଷରେ ସେ ସେୟାର କଲେ |

ତେବେ ଇଟାଲୀରେ ବିବାହ କରିବା ପରେ ଦୁହେଁ ଭାରତରେ ବିବାହ ଭୋଜି ଦେଇଥିଲେ, ଯାହାର କିଛି ଫଟୋ ଖୁବ ଭାଇରାଲ ହୋଇଥିଲା | ସୂଚନା ମୁତାବକ, ରଣବୀର-ଦୀପିକାଙ୍କ ବ୍ୟତୀତ ବିରାଟ-ଅନୁଷ୍କା ଓ ସିଦ୍ଧାର୍ଥ-କିଆରାଙ୍କ ବିବାହର ଭିଡିଓ ରେକର୍ଡ କରିଥିଲେ ବିଶାଲ |

 

ସମ୍ବନ୍ଧିତ ଖବର