ରାୟପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆହୁରି ବେଶ କିଛିଦିନ ବାକି ରହିଥିବାବେଳେ ଏବେଠାରୁ ନଗଦ ଟଙ୍କା ଓ ମଦ ଜବତ ହେବା ଆରମ୍ଭ ହୋଇଗଲାଣି । ଛତିଶଗଡ଼ରେ ପ୍ରଶାସନ ପକ୍ଷରୁ ୨୫ କୋଟିର ନଗଦ ଟଙ୍କା ଓ ୪୦ ଲକ୍ଷ ଟଙ୍କାର ମଦ ଜବତ କରାଯାଇଛି । ନିର୍ବାଚନରେ ବ୍ୟବହାର ପାଇଁ ଏଗୁଡ଼ିକୁ ଠୁଳ କରାଯାଇଥିବା ଅନୁମାନ କରାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଛତିଶଗଡ଼ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଲୋକସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ମାର୍ଚ୍ଚ ୨୮ ସୁଦ୍ଧା ରାଜ୍ୟରେ ୨୫.୦୮ କୋଟି ଟଙ୍କାର ବେଆଇନ ଅର୍ଥ ଓ ସାମଗ୍ରୀ ଜବତ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ ବେଳେ ଏସବୁ ଟଙ୍କା ଓ ସାମଗ୍ରୀ ଜବତ ହୋଇଛି ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ଏନ୍ଫୋର୍ସମେଣ୍ଟ ଏଜେନ୍ସିଙ୍କ ତଦାରଖ ସମୟରେ ୨୫ କୋଟି ୮ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ କରାଯାଇଛି। ଏହି ସମୟ ମଧ୍ୟରେ ୧୭୩୧୧ ଲିଟର ବେଆଇନ ମଦ ଜବତ କରାଯାଇଛି, ଯାହାର ମୂଲ୍ୟ ୪୧ ଲକ୍ଷ ଟଙ୍କା ହେବ । ଚଢ଼ାଉ ବେଳେ ୧ କୋଟି ୪୮ ଲକ୍ଷ ଟଙ୍କା ମୂଲ୍ୟର ୭୮୪ କେଜି ନିଶା ଦ୍ରବ୍ୟ ଓ ୯୪ ଲକ୍ଷ ଟଙ୍କାର ୨୩ କେଜି ମୂଲ୍ୟବାନ ଅଳଙ୍କାର ଜବତ କରାଯାଇଛି। ଏହାବ୍ୟତୀତ ୧୬ ଲକ୍ଷ ୯୬ ହଜାର ଟଙ୍କାର ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।