ଝିଅ ଜନ୍ମହେବା ପରେ ଆମ୍ବୁଲାନ୍ସ ସଜାଇ ଘରକୁ କୁନି ପରୀକୁ ଆଣିଲେ ବାପା

ଭୋପାଳ: ପରିବାରରେ ଝିଅ ଜନ୍ମ ହେବା ପରେ ଖେଳିଗଲା ଖୁସିର ଲହରୀ | ଆଉ କୁନି ଝିଅକୁ ସ୍ୱାଗତ କରିବାକୁ ଆମ୍ବୁଲାନ୍ସକୁ ଫୁଲମାଳରେ ସଜାଇଲେ ପରିବାର ସଦସ୍ୟ | ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି | କୁନି ଝିଅକୁ ସ୍ୱାଗତ ପାଇଁ ପରିବାର ସଦସ୍ୟ ବାଜା ବଜାଇବା ସହ ଡାକ୍ତରଖାନାରୁ ନେଇକି ଆସିଥିବା ଆମ୍ବୁଲାନ୍ସକୁ ଫୁଲମାଳରେ ସଜାଯାଇଥିଲା। ତେବେ କନ୍ୟା ସନ୍ତାନ ପାଇଁ ଖୁସି ବ୍ୟକ୍ତ କରିବାର ଏହି କାମକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି | ଯିଏ ଆମ୍ବୁଲାନ୍ସକୁ ଏହିପରି ସଜାଯାଇଥିବା ଦେଖିଥିଲା, ସେ କିଛି କ୍ଷଣ ପାଇଁ ଅନାଇ ରହିଥିଲେ । ମିଳିଥିବା ସୂଚନା ମୁତାବକ ଖଣ୍ଡୱା ଜିଲ୍ଲାର ରାଁଝନି ଗ୍ରାମର ସୌରଭ ଭାର୍ଗବ ପେସାରେ ଜଣେ ଡ୍ରାଇଭର |

ସେ ୬ ବର୍ଷ ହେଲା ବିବାହ କରିଥିଲେ ବି କୌଣସି ସନ୍ତାନ ନଥିଲେ। ତେବେ ଏଥର ସୌରଭଙ୍କ ପତ୍ନୀ ଗର୍ଭବତୀ ହୋଇଥିବାବେଳେ ଗତକାଲି ଡାକ୍ତରଖାନାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ନିଜ ଝିଅର ଜନ୍ମ ବିଷୟରେ ଶୁଣିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା | ଆଉ ସୌରଭ ଅତ୍ୟଧିକ ଆନନ୍ଦିତ ହୋଇଥିଲେ ଏବଂ ତାଙ୍କ ଝିଅକୁ ଧୂମଧାମରେ ସ୍ୱାଗତ କରିବାକୁ ଯୋଜନା କରିଥିଲେ।

ସୌରଭ ତାଙ୍କ ପତ୍ନୀ ଓ ନବଜାତ ଶିଶୁକନ୍ୟାଙ୍କୁ ଏକ ଆମ୍ବୁଲାନ୍ସରେ ନେଇଥିଲେ। ସେ ଆମ୍ବୁଲାନ୍ସକୁ ଫୁଲମାଳରେ ସଜାଇବା ସହ ବାଜା ବଜାଇ କନ୍ୟା ସନ୍ତାନକୁ ସ୍ୱାଗତ କରିଥିଲେ | ରାସ୍ତାରେ ଏହି ଆମ୍ବୁଲାନ୍ସ ଦେଖିଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗାଁରେ ଆମ୍ବୁଲାନ୍ସ ପହଂଚିବା ପରେ ବାଣ ଫୁଟାଇ ନବଜାତ କନ୍ୟାଙ୍କୁ ସ୍ୱାଗତ କରାଯାଇଥିଲା | ଝିଅର ଜନ୍ମକୁ ନେଇ ସୌରଭ ବହୁତ ଖୁସି ଅଛନ୍ତି। ସୌରଭ ଆହୁରି କହିଛନ୍ତି, ‘ଆମେ ବହୁତ ଖୁସି ଏବଂ ଆମ ପରିବାରରେ ଖୁସିର ମାହୋଲ ଅଛି।’ ଯଦି କୌଣସି ଝିଅ ଜନ୍ମ ହେବେ ନାହିଁ, ତେବେ ଦୁନିଆ କିପରି ମା, ଭଉଣୀ, ପତ୍ନୀଙ୍କ ଭଳି ସମ୍ପର୍କ ପାଇପାରିବ?

ସମ୍ବନ୍ଧିତ ଖବର