ଜମ୍ମୁ କଶ୍ମୀର ପାଇଁ ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତ କଲା ଓଆଇସି, ଭାରତର ଦୃଢ଼ ବିରୋଧ

ନୂଆଦିଲ୍ଲୀ: ମକ୍କାଠାରେ ଅନୁଷ୍ଠିତ ଇସଲ୍‌ମିକ୍ ସହଯୋଗ ସଂଗଠନ (ଓଆଇସି)ର ବୈଠକରେ ଜମ୍ମୁ କଶ୍ମୀର ପାଇଁ ଜଣେ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ନିଯୁକ୍ତି ଦିଆଯାଇଛି। ଓଆଇସି ପକ୍ଷରୁ ସାଉଦି ଆରବର ୟୁସେଫ ଆଲଡୋବିଙ୍କୁ ଏହି ନିଯୁକ୍ତି ଦିଆଯିବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି ଏହା ଆମ ପାଇଁ ଗ୍ରହଣଯୋଗ୍ୟ ନୁହେଁ ଏବଂ ଏହାକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ। ଜମ୍ମୁ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଏହା ଉପରେ ଓଆଇସିର କୌଣସି ଅଧିକାର ନାହିଁ। ଏଭଳି କାର୍ଯ୍ୟରୁ ଓଆଇସି ଦୂରେଇ ରହିବା ଉଚିତ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି। ୧୪ତମ ଓଆଇସି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସମେତ ୫୭ଟି ଦେଶର ରାଷ୍ଟ୍ରମୁଖ୍ୟ ଯୋଗଦେଇଛନ୍ତି।

ସମ୍ବନ୍ଧିତ ଖବର