ପୁଣି ସୁଏଜ୍ କେନାଲ ଅତିକ୍ରମ କଲା ବୃହତ୍ ମାଲବାହୀ ଜାହାଜ ‘ଏଭର ଗିଭିନ’

କାଇରୋ : ଚଳିତ ବର୍ଷ ମାର୍ଚ୍ଚ ମାସରେ ସୁଏଜ କେନାଲରେ ଫସି ରହି ସମଗ୍ର ବିଶ୍ବ ବାଣିଜ୍ୟକୁ ଏକରକମ ଅଟକାଇଦେଇଥିବା ବୃହତ୍ ମାଲବାହୀ ଜାହାଜ ଏଭର ଗିଭିନ ଗତକାଲି ଅର୍ଥାତ ଶୁକ୍ରବାରଦିନ ପୁଣି ଥରେ ସୁଏଜ କେନାଲ ଅତିକ୍ରମ କରିଥିଲା । ବ୍ରିଟେନରୁ ଚୀନ ଯାଉଥିବାବେଳେ ଜାହାଜଟି ସୁଏଜ କେନାଲ ଅତିକ୍ରମ କରିଥିଲା । କିନ୍ତୁ ଏଥର ଜାହାଜଟି ସୁରୁଖୁରୁରେ କେନାଲ ଅତିକ୍ରମ କରିଥିଲା ବୋଲି ସୁଏଜ କେନାଲ ଅଥରିଟି (ଏସସିଏ) ପକ୍ଷରୁ ସୂଚନା ଦିଆଯାଇଛି ।  ଏଥର ଏହି ଜାହାଜ ଅତିକ୍ରମ କରିବା ବେଳେ ଏସିଏର ଦୁଇଟି ଟଗବୋଟ୍ ଏହାକୁ ପାଇଲଟିଂ କରି ନେଇଥିଲେ । ଗତ ମାର୍ଚ୍ଚ ମାସ ପରେ ପ୍ରଥମ ଥର ପାଇଁ ଏହି ବୃହତ ଜାହାଜ ସୁଏଜ କେନାଲ ଅତିକ୍ରମ କରିଥିଲା ।

ଗତ ମାର୍ଚ୍ଚ ୨୩ରେ ଜାପାନର ସୋଇ କିସେନ କାଇସା ନାମକ କମ୍ପାନି ମାଲିକାନାରେ ଥିବା ୪୦୦ ମିଟର ଲମ୍ବ ଏଭର ଗିଭିନ ସୁଏଜ କେନାଲରେ ଫସିଯାଇଥିଲା । ଏହା ପରେ ହିଁ ପ୍ରାୟ ୧ ସପ୍ତାହ ଧରି ସୁଏଜ କେନାଲ ସଂକଟ ଆରମ୍ଭ ହୋଇଥିଲା । କେନାଲର ଉଭୟ ପଟେ ଶହ ଶହ ଜାହାଜ ଅଟକି ରହିଥିଲେ । ଏହା ଫଳରେ ବିଶ୍ବ ବାଣିଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ପଥ ପ୍ରଭାବିତ ହୋଇଥିଲା ।

ସମ୍ବନ୍ଧିତ ଖବର