ମେଘାଳୟ ରାଜ୍ୟପାଳଙ୍କ ବିବାଦୀୟ ଟ୍ବିଟ୍‌: କଶ୍ମୀରର ସବୁକିଛି ବର୍ଜନ କର

ନୂଆଦିଲ୍ଲୀ : ପୁଲ୍‌ୱାମା ଆକ୍ରମଣ ପରେ ଦେଶବ୍ୟାପୀ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ଆଜି ମେଘାଳୟ ରାଜ୍ୟପାଳ ତଥାଗତ ରାୟ ଦେଇଥିବା ବୟାନ ବିବାଦ ଛିଡ଼ା କରିଛି। କଶ୍ମୀରର ସବୁ କିଛି ବର୍ଜନ କର ଏବଂ କଶ୍ମୀର ବ୍ୟବସାୟୀଙ୍କଠାରୁ କିଛି କିଣନାହିଁ ବୋଲି ସେ ଟ୍ବିଟ୍‌ କରିଥିଲେ। ତେବେ ଏକଥା ସେ ନିଜେ କହୁନାହାନ୍ତି, ବରଂ ଭାରତୀୟ ସେନାବାହିନୀର ଜଣେ ଅବସରପ୍ରାପ୍ତ କର୍ନେଲ୍‌ ଏପରି ଅନୁରୋଧ କରିଛନ୍ତି ବୋଲି ସେ ସ୍ପ‌ଷ୍ଟ କରିଥିଲେ। ମାତ୍ର କରେ୍ନେଲଙ୍କ ନାମ ପ୍ରକାଶ କରିନାହାନ୍ତି। ଅପରପକ୍ଷେ, ଏଥିରେ ପ୍ରତିକ୍ରିୟା ରଖି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ‘ତଥାଗତ, ତୁମେ କାହିଁକି ବିଦ୍ୟୁତ୍‌ ଉତ୍ପାଦନ ପାଇଁ କଶ୍ମୀରର ପାଣିକୁ ବ୍ୟବହାର କରିବା‌ ବନ୍ଦ କରୁନାହଁ’ ବୋଲି କଡ଼ା ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର