ଭାରତ ସମେତ ୧୨୮ ଦେଶକୁ ଆମେରିକାର ‘ଫ୍ରେଣ୍ଡ୍‌ସିପ୍‌ ପାର୍ଟି’କୁ ନିମନ୍ତ୍ରଣ କରା ଗଲାନାହିଁ

ନୂଆଦିଲ୍ଲୀ: ଜେରୁଜେଲମ୍‌କୁ ଆମେରିକା ଇସ୍ରାଏଲ୍‌ର ରାଜଧାନୀ ଘୋଷଣା କରିବା ନିଷ୍ପତ୍ତି ବିରୋଧରେ ଭୋଟ୍‌ ଦେଇଥିବା ଦେଶଗୁଡ଼ିକୁ ଆମେରିକାର ଫ୍ରେଣ୍ଡ୍‌ସିପ୍‌ ପାର୍ଟିକୁ ନିମନ୍ତ୍ରଣ କରାଯାଇ ନାହିଁ। ଜାତିସଂଘରେ ଆମେରିକୀୟ ରାଷ୍ଟ୍ରଦୂତ ନିକ୍କି ହେଲି ଏହି ପାର୍ଟି ଦେଉଛନ୍ତି।
ଏ ସପ୍ତାହର ଆଦ୍ୟ ଭାଗରେ ଜାତିସଂଘ ଆମେରିକା ଜେରୁଜେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ମାନ୍ୟତା ଦେବା ନିଷ୍ପତ୍ତି ବିରୋଧରେ ଭୋଟ୍‌ ଦେଇଥିଲେ।

ଜାତିସଂଘର ନିଷ୍ପତ୍ତି ସପକ୍ଷରେ ୧୨୮ଟି ଦେଶ ଭୋଟ୍‌ ଦେଇଥିଲା ବେଳେ ୮ଟି ଦେଶ ଜାତିସଂଘ ନିଷ୍ପତ୍ତି ବିରୋଧରେ ଭୋଟ୍‌ ଦେଇଥିଲେ। କିନ୍ତୁ, ଜାତିସଂଘସ୍ଥିତ ଆମେରିକୀୟ ରାଷ୍ଟ୍ରଦୂତ ନିକ୍କି ହେଲି ସେତିକିରେ ଅଟକି ଯାଇ ନ ଥିଲେ। ଭୋଟ୍‌ ପରେ ସେ ଆମେରିକାକୁ ସମର୍ଥନ କରିଥିବା ଦେଶ ସମୂହକୁ ସ୍ୱାଗତ କରି ଟୁଇଟ୍‌ କରିଥିଲେ।

କିନ୍ତୁ, କଥା ସେତିକିରେ ସରି ନ ଥିଲା।

ଯୁକ୍ତରାଷ୍ଟ୍ର ଆମେରିକାକୁ ସମର୍ଥନ କରିଥିବା ୮ଟି ଦେଶକୁ ଜାତିସଂଘସ୍ଥିତ ଆମେରିକୀୟ ମିସନ୍‌ ‘ସେଭ୍‌ ଦି ଡେଟ୍‌’ ପାର୍ଟି ପାଇଁ ନିମନ୍ତ୍ରଣ ଦେଇଛନ୍ତି। ତା’ସହ ଯେଉଁ ଦେଶଗୁଡ଼ିକ ଜାତିସଂଘ ପ୍ରସ୍ତାବରେ ଭୋଟ୍‌ ଦେଇ ନ ଥିଲେ ସେମାନଙ୍କୁ ମଧ୍ୟ ଜାନୁଆରି ୩ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ଏହି ‘ଫ୍ରେଣ୍ଡ୍‌ସିପ୍‌ ପାର୍ଟି’ରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦିଆ ଯାଇଛି।

ଏହାର ଅର୍ଥ ଜାପାନ, ଇଂଲଣ୍ଡ୍‌, ଭାରତ ଆଦି ଦେଶଗୁଡ଼ିକୁ ସେ ପାର୍ଟିକୁ ନିମନ୍ତ୍ରଣ କରାଯାଇ ନାହିଁ।

ଏହି ପାର୍ଟିରେ କେତେ ଦେଶ ଯୋଗ ଦେବା ପାଇଁ କେତେ ନିମନ୍ତ୍ରିତ ଦେଶ ଚାହିଁଛନ୍ତି ସେକଥା ସ୍ପଷ୍ଟ ହୋଇନାହିଁ। ନିମନ୍ତ୍ରଣ ସତ୍ତ୍ୱେ ଟ୍ରମ୍ପ୍‌ଙ୍କ ଫ୍ରେଣ୍ଡ୍‌ସିପ୍‌ ପାର୍ଟିରେ କେଉଁ ରାଷ୍ଟ୍ରଗୁଡ଼ିକ ଯୋଗ ଦେଉ ନାହାନ୍ତି ତାହା ଉଲ୍ଲେଖନୀୟ ବିଷୟ ହେବ ନିଶ୍ଚୟ।

ସମ୍ବନ୍ଧିତ ଖବର