ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେତୁ ୧୫ ଜଣଙ୍କର ଆଖି ନଷ୍ଟ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜ୍ଜୁ

ଇନ୍ଦୋର : ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସମୟରେ ସଂକ୍ରମଣ ଯୋଗୁଁ ୧୫ ଜଣ ରୋଗୀଙ୍କର ଗୋଟିଏ ଲେଖାଏଁ ଆଖି ନଷ୍ଟ ହୋଇଥିବାର ଖବର ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ୨ ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ କରିଥିବା ଜଣାଯାଇଛି । ଏହି ଦୁଇ ଅଧିକାରୀ ହେଲେ ଏମଓଜି ଲାଇନସ୍ଥିତ ଇନ୍ଦୋର ଚକ୍ଷୁ ଚିକିତ୍ସାଳୟର ନିର୍ଦ୍ଦେଶକ ସୁଧୀର ମହାଶବ୍ଦେ ଓ ଚିକିତ୍ସା ଅଧୀକ୍ଷକ ସୁହାସ ବାଣ୍ଡେ।

सांकेतिक तस्वीर
 photo-navbharattimes

ସୂଚନାଯୋଗ୍ୟ ଇନ୍ଦୋରର ଚକ୍ଷୁ ଚିକିତ୍ସାଳୟରେ ଅଗଷ୍ଟ ୫ରେ କରାଯାଇଥିବା ମୋତିଆବିନ୍ଦୁ ଅସ୍ତ୍ରୋପଚାରର ପର ଦିନ ଅର୍ଥାତ ଅଗଷ୍ଟ ୬ ତାରିଖରେ ୪ ଜଣ ରୋଗୀ ଦୃଷ୍ଟିଶକ୍ତି ହରାଇବା ନେଇ ଅଭିଯୋଗ କରିଥିଲେ । ଅଗଷ୍ଟ ୮ରେ ଶିବିର ଆୟୋଜନ କରି ପୁଣି ୧୪ ଜଣଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଚକ୍ଷୁ ସଂକ୍ରମଣ ଯୋଗୁଁ ରୋଗୀମାନେ ଦୃଷ୍ଟିଶକ୍ତି ହରାଇଥିବାର ଅଭିଯୋଗ ହୋଇଥିଲା ।

ଜିଲ୍ଲା ପ୍ରଶାସନ ୩ ଜଣିଆ ତଦନ୍ତ କମିଟି ଜରିଆରେ ଏହି ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର