ପ୍ରଧାନମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ିକୁ ଭୁଲ୍‌ ରାସ୍ତାରେ ନେଇ ଦୁଇ ପୁଲିସ ନିଲମ୍ବିତ

ନୋଏଡ଼ା: ବଡ଼ଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ନୋଏଡ଼ା ସହର ଗସ୍ତରେ ଆସିଥିବା ଗାଡ଼ି ସବୁର ପାଇଲଟିଙ୍ଗ୍‌ ଦାୟିତ୍ୱରେ ଥିବା ଦୁଇ ନୋଏଡ଼ା ପୁଲିସବାଲାଙ୍କୁ ବୁଧବାର ଦିନ ନିଲମ୍ବିତ କରାଯାଇଛି। ନିର୍ଦ୍ଧାରିତ ପଥରୁ ପ୍ରଧାନମନ୍ତ୍ରୀଙ୍କ ଗାଡ଼ିକୁ ଅନ୍ୟ ରାସ୍ତାକୁ ବାଟ କଢ଼ାଇ ନେଇଥିବାରୁ ସୁରକ୍ଷା ବ୍ୟବସ୍ଥାରେ ବ୍ୟତିକ୍ରମ ଘଟିଥିଲା।

ଯାତ୍ରାରେ ଥିବା ଗାଡ଼ି ସବୁକୁ ବାଟ କଢ଼ାଇ ନେବା ଦାୟିତ୍ୱରେ ଥିବା ସବ୍‌-ଇନ୍‌ସ୍‌ପେକ୍ଟର୍‌ ଦିଲୀପ ସିଂହ ଏବଂ କନେଷ୍ଟବଳ ଜୟପାଲ୍‌ ଭୁଲ୍‌ ବାଟରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଗୁଡ଼ାଏ ଯାନବାହନ ଯାଉଥିବା ନୋଏଡ଼ା ଏକ୍ସ୍‍ପ୍ରେସ୍‌ େଓ୍ଵରେ ପହଞ୍ଚାଇ ଦେଇଥିଲେ।

Image Courtesy of India. com

ଫଳରେ ଯାତ୍ରାରେ ଥିବା ଗାଡ଼ିଗୁଡ଼ିକର ଗତି ଧୀର ହୋଇ ଯାଇଥିଲା। ସେଠାରୁ ପୁଣି ନିର୍ଦ୍ଧାରିତ ପଥକୁ ଫେରିବାକୁ ଏକ୍ସ୍‍ପ୍ରେସ୍‌ େଓ୍ଵ’ରେ ୨୦୦ ମିଟର ଯାଏଁ ଯିବାକୁ ପଡ଼ିଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ କହନ୍ତି। ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ସବୁକୁ ବାଟ କଢ଼ାଇ ନେବା ଦାୟିତ୍ୱରେ ଜଣେ ଆଇପିଏସ୍‌ ଅଧିକାରୀ ଏବଂ ଦୁଇ ଡିଏସ୍‌ପିଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ଦୁହିଁଙ୍କର ଭୂମିକା ସମ୍ବନ୍ଧରେ ତଦନ୍ତ କରାଯିବାକୁ ଆଦେଶ ଦିଆ ଯାଇଛି।

ଡିସେମ୍ବର ୨୫ ତାରିଖ ଅପରାହ୍ଣ ୨. ୩୫ ରୁ ୩ଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାରେ ତ୍ରୁଟେି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମିଟି ୟୁନିଭର୍ସିଟି କ୍ୟାମ୍ପସ୍‌ରୁ ବଟାନିକାଲ୍‌ ଗାର୍ଡେନ ହେଲିପ୍ୟାଡ୍‌କୁ ଯାଉଥିଲେ। ଆମିଟି ୟୁନିଭର୍ସିଟି କ୍ୟାମ୍ପସ୍‌ରେ ମୋଦି ନୋଏଡ଼ା ଏବଂ ଦକ୍ଷିଣ ଦିଲ୍ଲୀ ମଧ୍ୟରେ ମେଟ୍ରୋର ମାଜେଣ୍ଟା ଲାଇନ୍‌ ଲଞ୍ଚ୍‌ ଅବସରରରେ ଭାଷଣ ଦେଇଥିଲେ। ଭୁଲ୍‌ ରାସ୍ତାରେ ଗାଡ଼ି ଚାଲି ଯିବାରୁ ହେଲିପ୍ୟାଡ୍‌ରେ ପହଞ୍ଚିବା ପାଇଁ ମୋଦିଙ୍କର ଦଶ ମିନିଟ୍‌ ବିଳମ୍ବ ହୋଇଥିଲା।

ପ୍ରୋଟୋକଲ୍‌ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ପାଇଁ ବହୁସ୍ତରୀୟ ନିରାପତ୍ତା କର୍ଡନ୍‌ ପ୍ରସ୍ତୁତ କରାଯାଇଥିଲା। ସେହି ରାସ୍ତାରେ ୫ ହଜାର ପୁଲିସ କର୍ମଚାରୀ ମୁତୟନ କରାଯାଇଥିଲେ। ୨ଟା ୩୫ ମିନିଟ୍‌ରେ ଭାଷଣ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଆମିଟି ୟୁନିଭର୍ସିଟି ଛାଡ଼ି ଥିଲେ। ସେଠାରୁ ୬ କିଲୋମିଟର ଦୂରରେ ଅବସ୍ଥିତ ହେଲିପ୍ୟାଡ୍‌କୁ ଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏସ୍କର୍ଟଗାଡ଼ି ଏକ୍ସ୍‍ସ୍‌ପ୍ରେସ୍‌େଓ୍ଵ’ର ସର୍ଭିସ୍‌ ଲେନ୍‌ରେ ଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଆଗେ ପଡୁଥିବା ବାମ ବୁଲାଣିରେ ଗାଡ଼ି ନ ନେଇ ସିଂହ ଓ ଜୟପାଲ ମୁଖ୍ୟ ଏକ୍ସପ୍ରେସ୍‌େଓ୍ଵ’କୁ ଗାଡ଼ି ଚଳାଇ ନେଇଥିଲେ।

Image Courtesy of Nyoooz

ଅଧିକାରୀମାନେ କହନ୍ତି, ସେ ରାସ୍ତାରେ ପୂର୍ବାଭ୍ୟାସ କରାଯାଇଥିଲା। ତେଣୁ ଦ୍ୱନ୍ଦ୍ୱ ଉପୁଜିବାର କାରଣ ନ ଥିଲା। ସିଂହଙ୍କୁ ଦାଦ୍ରି ଥାନାରେ ନିଯୁକ୍ତି ମିଳିଥିଲା। ଜୟପାଲ୍‌ ଗ୍ରେଟର୍‌ ନୋଏଡ଼ା ପୁଲିସ ଲାଇନ୍‌ ସହ ସମ୍ପୃକ୍ତ। ଏସ୍କର୍ଟ ଗାଡ଼ିର ସର୍ବଗ୍ରେସ ଚାଲିଥିଲା ଆଣ୍ଟି-ଡିମୋଲିସନ୍‌ ଗାଡ଼ି। ତା’ ପଛକୁ ଥିଲା ଓ୍ଵାର୍ଣ୍ଣିଙ୍ଗ୍‌ ଭ୍ୟାନ୍‌, ଗୋଟିଏ ପାଇଲଟ୍‌ କାର୍‌ ଏବଂ ସମ୍ମାନୀୟ ବ୍ୟକ୍ତିବିଶେଷଙ୍କ ଗାଡ଼ି ସମୂହ। ଓ୍ଵାର୍ଣ୍ଣିଙ୍ଗ୍‌ ଭ୍ୟାନ୍‌ ଏବଂ ପାଇଲଟ୍‌ କାର୍‌ ଆଣ୍ଟି-ଡିମୋଲିସନ୍‌ ଗାଡ଼ି ଯାଉଥିବା ରାସ୍ତାକୁ ଚାଲି ଯିବାରୁ ତା’ ପଛରେ ଯାଉଥିବା ସମସ୍ତ ଗାଡ଼ି ସେ ରାସ୍ତାକୁ ଅନୁସରଣ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସପ୍ରେସ୍‌ େଓ୍ଵ ଟ୍ରାଫିକ୍‌ ମଧ୍ୟରେ ଦୁଇ ମିନିଟ୍‌ ଅଟକି ଯାଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। କାରଣ ସେଠାରେ ଭିଆଇପି ଗାଡ଼ି ଚାଲିବ ବୋଲି ପୂର୍ବରୁ ଯୋଜନା କରାଯାଇ ନ ଥିଲା। ସେ ଖଣ୍ଡକରେ ନିରାପତ୍ତା ବ୍ୟବସ୍ଥା ମଧ୍ୟ କୋହଳ ଥିଲା। ବରିଷ୍ଠ ପୁଲିସ ଅଧିକାରୀମାନେ ଭୁଲ୍‌ ଜାଣିପାରି ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ନ ଅଟକିବା ନିମନ୍ତେ ସେ ରାସ୍ତାରୁ ଟ୍ରାଫିକ୍‌ ହଟାଇ ଦେଇଥିଲେ।

ସମ୍ବନ୍ଧିତ ଖବର