ଜମ୍ମୁ-କଶ୍ମୀର ପୁଲଓ୍ଵାମାରେ ୨ କୁଖ୍ୟାତ ଆତଙ୍କବାଦୀଙ୍କୁ ନିପାତ କଲା ସେନା

ଶ୍ରୀନଗର: ଆଜି (ମଙ୍ଗଳବାର) ଅପରାହ୍ଣରେ ଜମ୍ମୁ- କଶ୍ମୀର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଅଓ୍ଵନ୍ତିପୋରା ସହରରେ ହୋଇଥିବା ଦୁଇଟି ପୃଥକ୍‌ ପୃଥକ୍‌ ଏନ୍‌କାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର- ଇ- ତୋଏବାର ୟୁଫେଦ୍‌ ଫାରୁକ୍‌ ଲୋନ୍‌ ଓରଫ ଆବୁ ମୁସଲିମ୍‌ ବୋଲି ଚିହ୍ନଟ ହୋଇଥିବା ବେଳେ ଅନ୍ୟଜଣଙ୍କ ହେଉଛି ପାକିସ୍ତାନର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ଆତଙ୍କବାଦୀ ଆବାସ୍‌।

Zee News

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଏହି ଦୁଇ ଆତଙ୍କବାଦୀ ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଅଓ୍ଵନ୍ତିପୋରା ସହରର ଦୁଇଟି ଭିନ୍ନ ଭିନ୍ନ ଜାଗାରେ ଆତ୍ମଗୋପନ କରିବା ସହ ଜମ୍ମୁ- କଶ୍ମୀରର କେତେକ ସ୍ଥାନରେ ଆତଙ୍କବାଦୀ ବିସ୍ଫୋରଣ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ତେବେ, ଗୁଇନ୍ଦା ବିଭାଗ ଏହି ଦୁଇ ଆତଙ୍କବାଦୀଙ୍କ ସଂପର୍କରେ ନିର୍ଦ୍ଦିଷ୍ଟ ସୂଚନା ସଂଗ୍ରହ କରି ଦେବା ପରେ ଏମାନଙ୍କୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠିତ ହୋଇଥିଲା। ଆଜି ଅପରାହ୍ଣରେ ଟାସ୍କଫୋର୍ସ ଏମାନଙ୍କୁ ଧରିବାକୁ ଯାଉଥିବା ବେଳେ ଏମାନେ ଟାସ୍କଫୋର୍ସ ଉପରକୁ ଗୁଳି ଚଳାଇଥିଲେ। ଫଳରେ ସୁରକ୍ଷା କର୍ମୀଙ୍କ ସହ ଅତଙ୍କବାଦୀଙ୍କର ଏନ୍‌କାଉଣ୍ଟର ହୋଇଥିଲା ଏବଂ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର